କଟକ ସଦର,୩/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବିଶିଷ୍ଟ ସାହିତ୍ୟିକ ତଥା ମାଳିକା ଵିଶାରଦ ପ୍ରଫେସର ଡକ୍ଟର ରତ୍ନାକର ସାହୁ ୮୨ ଵର୍ଷ ବୟସରେ କଟକ ମହାନଦୀ ବିହାର ବାସଭବନରେ ପରଲୋକ ହୋଇଯାଇଛି। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ପଦ୍ମାବତୀ ସାହୁ,ଝିଅ ଜ୍ୱ।ଇଁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିବା ବେଳେ ଵହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ପ୍ରକାଶ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଵେଳେ ତାଙ୍କର କେହି ପୁତ୍ର ନଥିବାରୁ ଝିଅ ମଧୁମିତା ମୁଖାଗ୍ନି ଦେଇଥିଲେ।୧୯୪୦ ମସିହାରେ ସେ ମାଳିକା ପ୍ରସିଦ୍ଧ ଛତିଆ ସ୍ଥିତ ନୟାପାଟଣାରେ ଜନ୍ମଗ୍ରହଣ କରିଥିଲେ।ସେ ତାଙ୍କର ଜୀଵନସାରା ସାହିତ୍ୟ ସାଧନା ତଥା ମହାପୁରୁଷ ମାନଙ୍କ ଦ୍ଵାରା ଲିଖିତ ଆଗତ ଭବିଷ୍ୟତ ମାଳିକା ବିଷୟରେ ଗବେଷଣା କରିଵା ସହିତ ଵହୁ ପତ୍ର ପତ୍ରିକା ଓ ଗ୍ରନ୍ଥ ମାନ ଲେଖିଯାଇଛନ୍ତି।ତାଙ୍କର ଲିଖିତ ପୁସ୍ତକ ମାନଙ୍କ ମଧ୍ୟରୁ ‘ ଓଡ଼ିଶାର ଧର୍ମ ଓ ସାହିତ୍ୟକୁ ହାଡି ଦାସ ଙ୍କ ଦାନ’,’ ସନ୍ଥ ହାଡି ଦାସ ରଚନା ବଳୀ ‘, ଓଡ଼ିଶାର ସନ୍ଥ ସାହିତ୍ୟ ‘, ସନ୍ଥ ଅରକ୍ଷିତ ଦାସ ଗ୍ରନ୍ଥାବଳୀ ‘, ଗୁପ୍ତ ଆଗତ ଭବିଷ୍ୟତ ‘,କଳକୀରାମ ବିଚାର ବିମର୍ଶ ମାଳିକା’,’ ସ୍ତୋତ୍ର କଵଚ ମାଳା’, ଯେବେ ଧ୍ଵଜା ଉଡିଵ ନୟାପାଟଣାରେ’ ଇତ୍ୟାଦି ଅନ୍ୟତମ। ଏଥିସହିତ ସିଏ ପାଟରା ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କର ଉନ୍ନତି ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉଦ୍ୟମ କରି ପ୍ରଶଂସାର ପାତ୍ର ହୋଇଥିଲେ। ଏହା ଛଡ଼ା ସେ ଜୟଦେବ ପୁରସ୍କାର, ସାରଳା ପୁରସ୍କାର, ଅତିବଡ଼ି ଜଗନ୍ନାଥ ସମ୍ମାନ,ହାଡିଦାସ ପୁରସ୍କାର, ଶିଶୁ ଅନନ୍ତ ପୁରସ୍କାର ଭଳି ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।ତାଙ୍କ ମୃତ୍ୟୁରେ ନିଖିଳ ଉତ୍କଳ ପାଟରା ସମିତି,ପାଟଵୈଶ୍ୟ ମହାସଭା ପୁରୀ ର ପୂର୍ବତନ ବରିଷ୍ଠ ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଗଭୀର ଶୋକ ପ୍ରକାଶ କରିବା ସହିତ ଆତ୍ମାର ସଦଗତି କାମନା କରିଛନ୍ତି ।