Sunday , January 29 2023
Breaking News
Home / ବିଶେଷ / ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଦିବ୍ୟାଙ୍ଗ ଦିବସ” ପାଳନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଦିବ୍ୟାଙ୍ଗ ଦିବସ” ପାଳନ

ଯାଜପୁୁର, ୩/୧୨/୨୦୨୨(ଓଡ଼ିଶା ସମାଚାର)- ଶନିବାର ଅପରାହ୍ନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍, ଯାଜପୁର ଶୀ୍ରଯୁକ୍ତ ଦାମୋଦର ରଥଙ୍କ ନିର୍ଦ୍ଧେଶକ୍ରମେ ନେତାଜୀ ଦିବ୍ୟାଙ୍ଗ ବିଦ୍ୟାଳୟ, ଦଶରଥପୁର ପରିସରରେ “ଦିବ୍ୟାଙ୍ଗ ଦିବସ” ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଉପସ୍ଥିତ ରହି ଦିବ୍ୟାଙ୍ଗ ପିଲାମାନଙ୍କୁ କିପରି ସୁବିଧାରେ ଆଇନ ସେବା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ବିଷଦ ଭାବରେ ଆଲୋଚନା କରିଧ୍ôଲେ । ଏହି ଶିବିରରେ ଅତରିକ୍ତ ଜିଳ୍ଲାପାଳ ଶ୍ରୀଯୁକ୍ତ ଦୁଖଃବନ୍ଧୁ ନାୟକ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏତଦ୍ ବ୍ୟତିତ ଉକ୍ତ ସଭାରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲହେବା ପାଇଁ ଉପଦେଶ ଦିଆଯିବା ସେଙ୍ଗସେଙ୍ଗ ଦିବ୍ୟାଙ୍ଗମାନଙ୍କର ମୌଳିକ ଅଧିକାର ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ସମୂହ ଆଲୋଚନା ହୋଇଥିଲା ।
ପରିଶେଷରେ ଉପସ୍ଥିତ ଥିବା ଜିଲ୍ଲା ଶିଶୁମଙ୍ଗଳ କମିଟି, ଯାଜପୁରର ସଦସ୍ୟ ଶା୍ରଯୁକ୍ତ ରୁଦ୍ରନାରାୟଣ ପୃଷ୍ଟି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର ଶ୍ରୀଯକ୍ତ କୁଳମଣୀ ନାୟକ,ଆଇନ ବଷିୟରେ ଦିବ୍ୟାଙ୍ଗ ପିଲାମାନଙ୍କୁ ସଚେତନ କରିବା ସେଙ୍ଗସେଙ୍ଗ ଅନ୍ୟାନ୍ୟ ଉସ୍ôାହପ୍ରଦ ବାର୍ତା ପଦାନ କରିଥିଲେ ।

Leave a Reply

Your email address will not be published.