Thursday , June 8 2023
Breaking News
Home / ବିଶେଷ / ଆଂଚଳିକ ହିନ୍ଦୁ ସଂଗଠନ ପକ୍ଷରୁ ଗୀତା ଜୟନ୍ତୀ ଓ ସାଧାରଣ ସଭା

ଆଂଚଳିକ ହିନ୍ଦୁ ସଂଗଠନ ପକ୍ଷରୁ ଗୀତା ଜୟନ୍ତୀ ଓ ସାଧାରଣ ସଭା

ଖୋର୍ଦ୍ଧା, ୩/୧୨/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଆଂଚଳିକ ହିନ୍ଦୁ ସଂଗଠନ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ନିରାକାରପୁର ରାମମନ୍ଦିର ଠାରେ ଗୀତା ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନିରାକାରପୁର ଅଂଚଳର ୧୫ଖଣ୍ଡ ଗ୍ରାମପଞ୍ଚାୟତ ର ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଛନ୍ତି। ସଂଗଠନର ସଦସ୍ୟ ମାନେ ରାମେଶ୍ୱର ଛକରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ନିରାକାରପୁର ବଜାର ପରିକ୍ରମା କରିବା ସହିତ ନିଳକଣ୍ଠେଶ୍ୱର ମହାଦେବଙ୍କ ନିକଟରେ ପୂଜାପାଠ କରି ରାମମନ୍ଦିର ଠାରେ ଗୀତା ଜୟନ୍ତୀ ପାଳିତ ହୋଇଥିଲା। ନିରାକାରପୁର ଆଂଚଳିକ ହିନ୍ଦୁ ସଂଗଠନର ସଭାପତି ପ୍ରସାଦ କୁମାର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଦୁର୍ଗା ବାହିନୀ ର ନାରୀ ନେତ୍ରୀ ହରପ୍ରିୟା ସାହୁ ଯୋଗଦେଇଥିଲେ। ହରପ୍ରିୟା ସାହୁ ପ୍ରଥମେ ପଦ୍ମପୁର ଗ୍ରାମର ଜଣେ ଯୁବତୀ ଲଭଜିହାଦ ଯୋଗୁଁ ମୃତ୍ୟୁ ବରଣ କରିଥିବା ପରିବାର ସଦସ୍ୟ ମାନଙ୍କୁ ଭେଟି ସମବେଦନା ଜଣାଇଥିଲେ। ଆଗାମୀ ଦିନରେ ହିନ୍ଦୁ ଧର୍ମ ସନାତନ ଧର୍ମର ରକ୍ଷା କରିବା ପାଇଁ ହିନ୍ଦୁ ମାନେ ଏକ ହେବାକୁ ଆହ୍ୱାନ ଦେଇଥିଲେ। ଗୋ-ଚାଲାଣ ଓ ଲଭଜିହାଦ କୁ ପୋଲିସ ପ୍ରଶାସନ ହାଲୁକା ଭାବରେ ନେଉଥିବା ଘଟଣା ଆସୁଥିବା ବେଳେ ଆଗାମୀ ଦିନରେ ଏହାକୁ କିଭଳି ରୋକାଯାଇପାରିବ ସେଥିପାଇଁ ଚେତାବନୀ ଦେଇଥିଲେ। ଯଦି ପୋଲିସ ପ୍ରଶାସନ ଏ ଦିଗରେ କୈ।ଣସି କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରି ସାରା ଓଡ଼ିଶାର ପୋଲିସ ଷ୍ଟେସନରେ ତାଲା ପକାଇବାକୁ ଚେତାବନୀ ଦେଇଛି।

Leave a Reply

Your email address will not be published.