Saturday , June 10 2023
Breaking News
Home / ବିଶେଷ / ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟକୁ ଚକ୍ଷୁରୋଗୀ ବାହକ ଯାନ ପ୍ରଦାନ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୌଜନ୍ୟରେ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟକୁ ଚକ୍ଷୁରୋଗୀ ବାହକ ଯାନ ପ୍ରଦାନ

ଭୁବନେଶ୍ୱର,୨/୧୨/୨୦୨୨(ଓଡ଼ିଶା ସମାଚାର)- ଭାରତୀୟ ଷ୍ଟେଟବ୍ୟାଙ୍କ ସୌଜନ୍ୟରେ ଲାୟନ୍ସ କ୍ଲବ ଚକ୍ଷୁ ଚିକିତ୍ସାଳୟ, ଭୁବନେଶ୍ୱରକୁ ଏକ ୧୪ ସିଟର ବିଶିଷ୍ଟ ଚକ୍ଷୁରୋଗୀ ବାହକ ଯାନ ପ୍ରଦାନ କରାଯାଇଛି । ସଂସ୍ଥାର ଏମ୍.ଡ଼ି. ଶ୍ରୀ ଆଲୋକ କୁମାର ଚୌଧୁରୀ ଏବଂ ଉଚ୍ଚପଦସ୍ଥ ପଦାଧିକାରୀଙ୍କ ଉପସ୍ଥିତିରେ ଏକ ଭବ୍ୟ ଉତ୍ସବରେ ଏହି ଯାନ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟର ଅଧ୍ୟକ୍ଷ ଲାୟନ ଧୀରେନ ଧଳଙ୍କୁ ଅର୍ପଣ କରିଥିଲେ । ଲାୟନ୍ସ ଚକ୍ଷୁ ଚିକିତ୍ସାଳୟ ଆଜକୁ ଦୀର୍ଘ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚକ୍ଷୁ ପରୀକ୍ଷା ଏବଂ ଚକ୍ଷୁ ସର୍ଜରୀ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥିବାରୁ ଏହି ଯାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ କ୍ଲବର ସଭାପତି ଲାୟନ ଶରତ କୁମାର ପରିଡ଼ା, ସମ୍ପାଦକ ଲାୟନ ପ୍ରଶାନ୍ତ କୁମାର ପରିଡ଼ା, କୋଷାଧ୍ୟକ୍ଷ ଲାୟନ ଇଂ ସଞ୍ଜୟ କୁମାର, ଟ୍ରଷ୍ଟ ବୋର୍ଡ଼ର ଅଧ୍ୟକ୍ଷ ଲାୟନ ଅଶୋକ ଅଗ୍ରୱାଲ, କୋଷାଧ୍ୟକ୍ଷ ଲାୟନ ରାମପ୍ରସାଦ ପାତ୍ର, ମ୍ୟାନେଜିଂ କମିଟିର କୋଷାଧ୍ୟକ୍ଷ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି, ଲାୟନ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.