Sunday , January 29 2023
Breaking News
Home / ବିଶେଷ / ଶ୍ରୀମଦ ଭାଗବତ ମହାମଂଚ ସ୍ୱନକ୍ଷତ୍ର ଉତ୍ସବ 

ଶ୍ରୀମଦ ଭାଗବତ ମହାମଂଚ ସ୍ୱନକ୍ଷତ୍ର ଉତ୍ସବ 

ଗରଦପୁର, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ବାସୁଦେଇପୁର ଠାରେ ଶ୍ରୀମଦ ଭାଗବତ ମହାମଂଚ ର ୨ୟ ସ୍ୱନକ୍ଷତ୍ର ଉତ୍ସବ ପାଳିତ ହୋଇ ଯାଇଛି । ମଂଚର ପ୍ରତିଷ୍ଠାତା ତପନ ବାବା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ , ନେମାଳ ଅଚ୍ୟୁତାନନ୍ଦ ପିଠର ମହନ୍ତ ଗଗନାନନ୍ଦ ମହାରାଜ , ଶିଶୁ ଅନନ୍ତ ପିଠ ର ପଦ୍ମ ଶ୍ରୀ ବାବା ବଳିଆଙ୍କ ପଟ ଶିଷ୍ୟ ଡ଼ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ , ଛତିଆବଟ ମଠର ମହନ୍ତ ଜଗନ୍ନାଥ ଦାଶ ମହାରାଜ ପ୍ରମୁଖ ଯୋଗଦେଇ ଶ୍ରୀମଦ ଭାଗବତ ମହାଗ୍ରନ୍ଥ ସମ୍ପର୍କରେ ତାତ୍ୱିକ ଆଲୋଚନା କରିଥିଲେ । ଏଥିରେ ଭାଗବତ ମହାମଂଚର ସମ୍ପାଦକ କାଂଚନବାଳା ପତି , ପ୍ରବୀର ଚରଣ ତରାଇ, ଗଦାଧର ମହାରଣା , କନକ ମଂଜରୀ ନାୟକ , ରେବତୀ ମିଶ୍ର ପ୍ରମୁଖ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ମହାଳ ଜଗନ୍ନାଥ ମନ୍ଦିର ନିକଟରୁ ଭାଗବତ ଗୋସାଇଁଙ୍କୁ ଏକ ପଟୁଆର ରେ ବିମାନ ଯୋଗେ ମଂଚ ପର୍ଯ୍ୟନ୍ତ ନିଆଯାଇଥିଲା । ପାଟକୁରା ଥାନା ଆଇଆଇସି ସରୋଜ ସାହୁ ଉପସ୍ଥିତ ଥିବାବେଳେ ତପନ ବାବା ସାଧୁସନ୍ଥ ତଥା ପଣ୍ଡିତ ମାନଙ୍କୁ ସାଧୁବାଦ ଜଣାଇ ମଂଚ ସାଙ୍ଗ କରିଥିଲେ ।

Leave a Reply

Your email address will not be published.