ନିରାକାରପୁର, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଓଲସିଂହ ରଘୁନାଥ ଆଦର୍ଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ଓ ରେଡ ରିବନ୍ ଆନୁକୁଲ୍ୟରେ ଅଧକ୍ଷ ସୁଧାଂଶୁ ଭୁଷଣ ଦାଶ ଙ୍କ ସଭାପତିତ୍ବରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ଅଧ୍ୟାପକ ତଥା ରେଡ ରିବବନ କ୍ଲବ ଅଧିକାରୀ ବିଶ୍ଵଦୀପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ କାଶୀନାଥ ବରାଳ, ସୁରେନ୍ଦ୍ର କୁମାର ପ୍ରଧାନ, କେଦାରନାଥ ତ୍ରିପାଠୀ, ଅଧ୍ୟାପିକା କୀର୍ତ୍ତି ବାଳା ରଥ, କ୍ଷଣପ୍ରଭା ଚଂପତି ଓ ନିରଞ୍ଜନ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଏଡ଼ସ ରୋଗର ଭାୟାବହତା ଓ ତାର ନିରାକରଣ ସମ୍ପର୍କରେ ଅବଗତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରକଳା ଉପରେ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।