Sunday , January 29 2023
Breaking News
Home / ବିଶେଷ / ମାଗଣା ଚକ୍ଷୁ ଚିକିତ୍ସା ଶିବିର

ମାଗଣା ଚକ୍ଷୁ ଚିକିତ୍ସା ଶିବିର

  ଗରଦପୁର, ୨/୧୨/୨୦୨୨(ଓଡ଼ିଶା ସମାଚାର)- ସ୍ଥାନୀୟ ବନ୍ତଳା ପଂଚାୟତ ଅଧିନସ୍ଥ ପୁରୁଣା ଗୋପିନାଥପୁର ହୋମିଓପ୍ୟାଥିକ ଚିକିତ୍ସାଳୟ ପରିସରରେ  ସାନଧି ଚକ୍ଷୁ ହସପିଟାଲ ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ସ୍ୱେଛାସେବୀ ଅନୁଷ୍ଠାନ ଗ୍ରୀନ ଡ଼େଭଲପମେଂଟ ଫାଉଣ୍ଡେସନ୍ ପରିଚାଳନାରେ ଶିବିର ଅନୁଷ୍ଠିତ ହୋଇଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଜେନା ଙ୍କ ସଭାପତିତ୍ୱରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ଼ାକ୍ତର କୈଳାଶ ଚନ୍ଦ୍ର ସାହୁ, ଏମକେସିଜି ର ଅଫିସର ସୌଭାଗିନୀ ମଲ , ଅବସରପ୍ରାପ୍ତ ଶିକ୍ଷକ ଅମ୍ବିକା ପ୍ରସାଦ ଦାସ , ରତ୍ନାକର ସାହୁ , ମିନତୀ ପଣ୍ଡା ଯୋଗଦେଇ ରୋଗୀ ମାନଙ୍କୁ ସଚେତନ କରାଇଥିଲେ । ସାନଧି ଚକ୍ଷୁ ହସପିଟାଲ ର ଡ଼କ୍ଟର ଶୁଭ ଦର୍ଶିନୀ ପ୍ରଧାନ ଓ ରାନୁ ଜେନା ଶିବିରରେ ରୋଗୀ ମାନଙ୍କ ମୋତିଆବିନ୍ଦୁ ଚିହ୍ନଟ ପରୀକ୍ଷା କରିଥିଲେ । ଏଥିରେ ସମୁଦାୟ ୩୨ ଜଣ ରୋଗୀ ମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ମୋତିଆବିନ୍ଦୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା । ଶିବିର ପରିଚାଳନାରେ ହିମାଂଶୁ ଭୁଷଣ ଦାସ ସହଯୋଗ କରିଥିଲେ ।

Leave a Reply

Your email address will not be published.