ନିରାକାରପୁର ୨/୧୨/୨୦୨୨(ଓଡ଼ିଶା ସମାଚାର)- କବି ପ୍ରସନ୍ନ ପାଟ୍ଟଶାଣୀ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଳିପଡା ଠାରେ ବିଶ୍ୱ ଏଡସ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଯୁବ ରେଡକ୍ରସର ଉପଦେଷ୍ଠା ତଥା ରେଡ୍ ରିବନ୍ କ୍ଲବର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରାଣେଶ୍ୱର ଜୟସିଂହ ଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରରେ ବାହାରି ବଜାର ଓ ଗ୍ରାମ ପରିକ୍ରମା କରି ଏଡସ୍ ବିଷୟରେ ବିଭିନ୍ନ ପୋଷ୍ଟର, ଲିଫଲେଟ୍ ଏବଂ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ ।
ପରେ ପରେ ଅନୁଷ୍ଠାନର ପରିସରରେ ଏକ ଏଡସ୍ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିହିର ଚନ୍ଦ୍ର ମହାପାତ୍ରଙ୍କ ପୈାରହିତରେ ଏକ ସଭା ଅନୁଷ୍ଠିତ ହୋଇ ଏଡସ୍ ରୋଗର ଭୟବହତା ଓ ତାର ନିରାକରଣ ବାବଦରେ ସବିଶେଷ ଆଲୋଚନା କରାଯାଇଥିଲା ଏବଂ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ମଳିପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଶ୍ରୀମତୀ ଗୀତା ଗୈାରୀ ପତି, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା, ଶ୍ରୀଯୁକ୍ତ ଗୋପିନାଥ ପଲେଇ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଶ୍ରୀମତୀ ସଂଯୁକ୍ତା ପ୍ରଧାନ, ବରିଷ୍ଠ ମହିଳା ସ୍ୱାସ୍ଥ୍ୟ କର୍ମୀ ତଥା ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।