ନିରାକାରପୁର,୨/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର କୁ ରାଜ୍ୟସରକାରଙ୍କ ଦ୍ୱାରା ଇକୋ ଟୁରିଜିମ ର ମାନ୍ୟତା ପାଇଁ ପ୍ରକିୟା ଆଜି ଆରମ୍ଭ ହୋଇଛି । ଏଥିରେ ଗ୍ରାମର ଅନେକ ବରିଷ୍ଠ ଓ ବୁଦ୍ଧିଜୀବୀ ନାଗରିକ ଅଂଶ ଗ୍ରହଣ କରିଥିଲେ । ସିଡିଏ ତରଫରୁ ଆସିଥିବା ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପର୍ୟ୍ୟଟନ ର ବିଭିନ ଦିଗକୁ ନେଇ ଆଲୋଚନା କରାଗଲା ।
ସରପଞ୍ଚ ଶ୍ରୀ ସୌରଭ କୁମାର ଦାସମହାପାତ୍ର ଚିଲିକା ନାଳ ଖୋଳାଗଲେ ମସ୍ୟଜୀବୀ ଭାଇ ମାନଙ୍କ ଉନ୍ନତି ହେବା ସହିତକୁତ୍ରିମ ମାଛ ଚାଷ ପୋଖରୀ ଯୋଗୁ କିପରି ପରିବେଶ ବିପର୍ଯୟ ହେବା ସହିତ କିପରି ମାଛ ହ୍ରାସ ଘଟୁଛି ପ୍ରାଞ୍ଜଳ ଭାବରେ ବୁଝାଇବା ସହିତ ପୋଖରୀ ଉଛେଦ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଅନିଲ କୁମାର ପଟନାୟକ ସଭାପତିତ୍ବ କରିଥିଲା ବେଳେ ଏସିଏଫ୍ ବିନୋଦ ଆଚାର୍ଯ୍ୟ, ଏସିଏଫ୍ ରଶ୍ମି ଚୌଧୁରୀ, ଟାଙ୍ଗୀ ବନ୍ୟାପ୍ରାଣୀ ରେଞ୍ଜର ଚୂଡ଼ାମଣି ମୁର୍ମୁ, ବାଘଡି କୋ ଫାଉଣ୍ଡେସନର ଆଦ୍ୟାଶ।
ତିଆସା,ପାର୍ଥ ଦେ, ୧୨ ନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟା ସିଂହ ପ୍ରମୁଖ ଉପସ୍ଥିତ ରହି ଉଗ୍ରତାର ମନ୍ଦିର, ସିଦ୍ଧସାଧୁ ବାବା ଉଦ୍ଧଵାଦାସ ମନ୍ଦିର, ଚିଲିକାକୁଳକୁ ଲାଗି ପାହାଡ଼, ଚିଲିକା, ଓ ଅଂଚଳର ବିଭିନ୍ନ ଦର୍ଶନୀୟ ସ୍ଥାନ କୁ ନେଇ ଏକ ଇକୋ ଟୁରଜିମ ଗଠିତ କରିବାକୁ ଦାବି କରିଥିଲେ। ଶେଷରେ ରବୀନ୍ଦ୍ର ପରିଡା ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବେଣୁଧର ବେହେରା, ଅଜୟ କୁମାର ମହାରଣା, ବାଇଧର ମହାରଣା, ମଙ୍ଗୁଳି ବେହେରା, ବିରଞ୍ଚି ବେହେରା, ଲକ୍ଷ୍ମୀଧର ବେହେରା, ସର୍ବେଶ୍ଵର ବେହେରା ଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଓ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ।