Sunday , January 29 2023
Breaking News
Home / ବିଶେଷ / ବ୍ରହ୍ମାକୁମାରୀଜ୍ ଓମ୍ ନିବାସ ତରଫରୁ ଦିବ୍ୟ ମହାକୁମ୍ଭ ମେଳାର ଷଷ୍ଠ ଦିବସରେ ‘ସ୍ୱର୍ଣ୍ଣିମ ଦୁନିଆର କଳା ଓ ସଂସ୍କୃତି’ ଉପରେ ଆଲୋଚନାଚକ୍ର

ବ୍ରହ୍ମାକୁମାରୀଜ୍ ଓମ୍ ନିବାସ ତରଫରୁ ଦିବ୍ୟ ମହାକୁମ୍ଭ ମେଳାର ଷଷ୍ଠ ଦିବସରେ ‘ସ୍ୱର୍ଣ୍ଣିମ ଦୁନିଆର କଳା ଓ ସଂସ୍କୃତି’ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର,୨/୧୨/୨୦୨୨(ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ଭୁବନେଶ୍ୱର ତରଫରୁ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ୱରଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରହ୍ମାକୁମାରୀଜ୍ ଦ୍ୱାରା ଆୟୋଜିତ “ଦିବ୍ୟ ମହାକୁମ୍ଭ” (ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ମହାସଂଗମ…) ମେଳାର ପଂଚମ ଦିବସରେ କଳା ଓ ସଂସ୍କୃତି ସମ୍ମିଳନୀରେ “ସ୍ୱର୍ଣ୍ଣିମ ଦୁନିଆର କଳା ଓ ସଂସ୍କୃତି” ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ନୃତ୍ୟ ପରିବେଷଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ସେବା କେନ୍ଦ୍ର ଓମ୍ ନିବାସର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ । ଏହି ଉତ୍ସବକୁ ଭଦ୍ରକ ସବ୍ ଜୋନ୍ ରୁ ଆସିଥିବା ବରିଷ୍ଠ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି – କି ନୋଟ୍ ସ୍ପିଚ୍ ଦେଇଥିଲାବେଳେ ଓ.ୟୁ.ଏ.ଟି.ର ପୂର୍ବତନ କୁଳପତି ପ୍ରଫେସର (ଡ଼) ସୁରେନ୍ଦ୍ର ନାଥ ପଶୁପାଳକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ମୁଖ୍ୟବକ୍ତା ରୂପେ ଭଦ୍ରକ ସବ୍ ଜୋନ୍ ର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟଗଣ ନିର୍ଦ୍ଧେଶକ, ଅଭିନେତା, ନୃତ୍ୟ, ବାଦ୍ୟ, ସଂଗୀତଜ୍ଞ ଆଦି କଳାକାରମାନଙ୍କୁ ବ୍ରହ୍ମାକୁମାରୀଜ୍ ତରଫରୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମୋମେଂଟୋ ପ୍ରଦାନ କରାଯାଇଥିଲା । ଏଥିରେ ଓଡ଼ିଆ ଫିଲ୍ମ ଆକ୍ଟର ଅଭିଷେକ ଗିରି, ଫିଲ୍ମ ଆକ୍ଟ୍ରେସ୍ ଅନୁ ଚୌଧୁରୀ, ମୁ୍ୟଜିକ୍ ଡାଇରେକ୍ଟର ଗୁଡଲି ରଥ, ଓଡ଼ିଶୀ ନୃତ୍ୟଙ୍ଗନା ପ୍ରତିଭା ପଣ୍ଡା, ଫିଲ୍ମ ଆକ୍ଟର ଅଞ୍ଜନା ଦାସ ତଥା ଅନ୍ୟାନ୍ୟ ବିଶିଷ୍ଟ କଳାକାର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ସଭା ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ଅସ୍ମିତା ଭଉଣୀ । ପରିଶେଷରେ ଧନ୍ୟବାଦ ଦେଇଥିଲେ ବ୍ରହ୍ମାକୁମାରୀ ଗୀତା ଭଉଣୀ । ଏଥିରେ ବହୁସଂଖ୍ୟକ ବିଭିନ୍ନ ଧର୍ମସଂସ୍ଥାର ଭାଇ ଭଉଣୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published.