କୁନି ବୈଜ୍ଞାନିକ ଙ୍କୁ ଉତ୍ସାହିତ କଲେ ସାଂସଦ ମହେଶ ସାହୁ
ଭୁବନ ୨/୧୨/୨୦୨୨(ଓଡ଼ିଶା ସମାଚାର)-ଭୁବନ ଏନଏସି ଅନ୍ତର୍ଗତ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସାଂସଦ ମହେଶ ସାହୁ ମୁଖୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନମେଳା କୁ ଉଦଘାଟନ କରି କହିଥିଲେ ଯେ ,ବିଜ୍ଞାନ ମେଳା ଆୟୋଜନ ଦ୍ୱାରା କୁନି ବୈଜ୍ଞାନିକ ସୃଷ୍ଟି ହେବେ ଓ ପିଲା ମାନଙ୍କ ମଧ୍ୟରେ କିଛି ନୂଆ କରି ଦେଖାଇବା ପାଇଁ ପ୍ରତିଦ୍ୱନ୍ଦିତା ମନୋଭାବ ସୃଷ୍ଟି ହେବ । ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ ସାହୁ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରାବରାଳ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ବିଆରସିସି ରାଜଲକ୍ଷ୍ମୀ ଟୁଡୁ ,ଏବିଇଓ ସୁମତୀ ପ୍ରଧାନ, ପ୍ରଧାନ ଶିକ୍ଷକ ବିଜୟ କୁମାର ଆଚାର୍ଯ୍ୟ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିପିନ ବିହାରୀ ସେଠୀ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର ଯୋଗଦେଇଥିଲେ । ଶିକ୍ଷକ ଗୁରୁ ପ୍ରସାଦ ମିଶ୍ର ମଂଚ ପରିଚାଳନା କରିଥିଲେ । ସମୁଦାୟ ୬୩ ଟି ପ୍ରକଳ୍ପ ମଧ୍ୟରୁ ବରିଷ୍ଠ ବିଭାଗରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧାଞ୍ଜଳି ସାଥୁଆ ମହାପାତ୍ର ସ୍ମାର୍ଟ ହୋମ ପ୍ରକଳ୍ପ ପାଇଁ ପ୍ରଥମ ହୋଇଥିବା ବେଳେ ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ରୁଦ୍ର ନାରାୟଣ ସାହୁ ଦ୍ୱିତୀୟ ହୋଇଥିଲେ । କନିଷ୍ଠ ବିଭାଗରେ ଏକତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ତ୍ରିସରୋଣି ଦାଶ ପ୍ରଥମ ,ଗରୁଡବନ୍ଦି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୌମ୍ୟଜିତ ବରାଳ ଦ୍ୱିତୀୟ ଓ ମଠକରଗୋଳା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ଲେଙ୍କା ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ । ପ୍ରଶାନ୍ତ କୁମାର ବିକ୍ରମସିଂ ଓ ଇତିଶ କୁମାର ବରାଳ ବିଚାରକ ଭାବେ ଯୋଗଦେଇଥିଲେ ।