ଗରଦପୁର, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଚିତ୍ରୋତ୍ପଳା ନଦୀରେ ଗାଧେଇବାକୁ ଯାଇ ନଦୀରେ ବୁଡ଼ିଯାଇ ଆଜି ଜଣେ ଯୁବକ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ରୁ ପ୍ରକାଶ ଗରଦପୁର ବ୍ଳକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତ ମହମ୍ମୁଦା-ଭାଟପଡା ଗ୍ରାମର ଗିରିଶ ମହାରାଜଙ୍କ ପୁତ୍ର ଶୁଭମ୍ ଶଙ୍କର ମହାରାଜ (୨୨) ନୂଆପଡା ବଜାରରେ ଚୁଟି କାଟି ସାରି ତିନି ଜଣ ସାଙ୍ଗମାନଙ୍କ ସହିତ ଆଜି ଅପରାହ୍ନ ପ୍ରାୟ ୨ଟାବେଳେ ହରିଦାସପୁର ନିକଟସ୍ଥ ଶନିଦେବଙ୍କ ମନ୍ଦିର ଗଡାରେ ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ଦୁଇ ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ । ଜଣେ ଯୁବକଙ୍କୁ ନଦୀର ଅପର ପାଶ୍ୱର୍ରେ ଥିବା ଲୋକାମାନେ ଦେଖି ନଦୀ ପାଣିରେ ବାଉଁଶ ପକାଇ ଉଦ୍ଧାର କରିଥିଲେ । ମାତ୍ର ଶୁଭମ୍ ଶଙ୍କର ନଦୀର ସ୍ରୋତରେ ଭାସି ଯାଇଥିଲେ ।
ଏହି ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ନଦୀ ରେ ଭିଡ ଜମାଇ ଥିଲେ । ଦମକଳ ବାହିନୀ ପହଂଚି ଭାସିଯାଇ ନିଖୋଜ ଥିବା ଶୁଭମ୍ ଶଙ୍କର ଙ୍କୁ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଏ ନେଇ ସ୍ଥାନୀୟ ଅଂଚଳରେ ଶୋକ ପ୍ରକାଶ ପାଇଛି । ନଦୀରେ ଭାସିଯାଇ ନିଖୋଜ ଥିବା ଯୁବକ ଶଭମ୍ ଶଙ୍କର ସ୍ଥାନୀୟ ବିଜୁ ପଟ୍ଟନାୟକ କଲେଜର ଯୁକ୍ତ ତିନି ଛାତ୍ର ବୋଲି ଜଣାପଡିଛି ।