Thursday , February 2 2023
Breaking News
Home / ଶିକ୍ଷା / କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ  

କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ  

ଗରଦପୁର, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ମହମ୍ମୁଦା ଗ୍ରାମର କାଳିଆଘାଇ ନଟବର ହାଇସ୍କୁଲ ପରିସରରେ ଆଜି ଗରଦପୁର ବ୍ଲକ୍ ର କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ କାଳିଆଘାଇ ନଟବର ହାଇସ୍କୁଲର ପରିଚାଳନା କମିଟି ଅଧ୍ୟକ୍ଷ ଅନାଦି ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବଳଦେବ ଉପାଧ୍ୟାୟ,ସିଆରସିସି ରତ୍ନାକର ମାହାଳି,ରାମଚଣ୍ଡୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେଉରା,ଅଜାଣବଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ସାହୁ, ପଦ୍ମପୁର ସରପଂଚ ଅନୂସୂୟା ବେହେରା , ଅବସରପ୍ରାପ୍ତ ବିଆରସିସି ନବୀନ ଚନ୍ଦ୍ର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।  କାଳିଆ ଘାଇ ନଟବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ ଆନୁଷ୍ଠାନିକ ଭାବରେ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ବିଜ୍ଞାନ ମଳୋରେ ହରିଦାସପୁର ୟୂଜିୟୂପି ସ୍କୁଲ,ପଂଚାୟତ ନାଗମଣୀ ହାଇସ୍କୁଲ, କାଳିଆଘାଇ ନଟବର ହାଇସ୍କୁଲ,ନୂଆପଡା ସ୍କୁଲ, ଶୀତଳେଶ୍ୱରୀ ନୋଡାଲ ୟୂପି ସ୍କୁଲ,ରାମଚଣ୍ଡୀ ୟୂପି ସ୍କୁଲ,ଭାଟପଡା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ, ଗୋତ୍ରବିଲ୍ ନୋଡାଲ ୟୂପି ସ୍କୁଲ,ଅଜାଣବଟ ୟୂପି ସ୍କୁଲ ଓ ଦଳୁଆଣି ପ୍ରାଇମେରୀ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପଗୁଡିକ ମଧ୍ୟରୁ ୩ଗୋଟି ପ୍ରକଳ୍ପକୁ  ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନିତ କରାଯାଇଛି । ଆସନ୍ତା ୫ତାରିଖ ଦିନ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା  ଭଗବାନପୁରସ୍ଥିତ ରାଧାରମଣ ହାଇସ୍କୁଲରେ ଅନୁଷ୍ଟିତ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.