Thursday , June 8 2023
Breaking News
Home / ବିଶେଷ / କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ପୂଜା ଅବସରରେ ନଗରପାଳ ,ସାଂସଦ ଙ୍କୁ ସମ୍ବର୍ଦ୍ଧନା

କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ପୂଜା ଅବସରରେ ନଗରପାଳ ,ସାଂସଦ ଙ୍କୁ ସମ୍ବର୍ଦ୍ଧନା

ଭୁବନ ୨/୧୨/୨୦୨୨(ଓଡ଼ିଶା ସମାଚାର)-ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ସ୍ଥିତ ମାଟି କାରିଗର ସାହି ରେ ବିପୁଳ ଉତ୍ସାହ ଉଦ୍ଧୀପନା ଅତ୍ୟନ୍ତ ଆଡମ୍ବର ସହକାରେ ଗତ ସୋମବାର ଠାରୁ କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଓ ସାଂସଦ ମହେଶ ସାହୁ ଙ୍କୁ କୁରାଳ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କୁରାଳ ସମାଜ ସଭାପତି ଗଙ୍ଗାଧର ରଣା ନଗରପାଳ ଶ୍ରୀଯୁକ୍ତ ସାହୁ , ସାଂସଦ ଶ୍ରୀଯୁକ୍ତ ସାହୁ ଙ୍କୁ ପୁଷ୍ପଗୁଚ୍ଛ , ଉତରୀୟ ସହିତ ଫଟୋ ଗ୍ୟାଲେରୀ ଉପହାର ପ୍ରଦାନ କରାଯାଇଥିଲା । ଆଧୁନିକତାର ଚାକଚକ୍ୟରେ ଆଜି ବି କୁରାଳ ସମାଜ ଦୁଃଖ କଷ୍ଟ ସହି କୌଳିକ ବୃତିକୁ ଧରି ରଖିଥିବାରୁ ସାଂସଦ ମହେଶ ସାହୁ ଭୂୟସୀ ପ୍ରଶଂସା କରିଥିଲେ । କାଉନସିଲର ଗିରିଧାରୀ ସାହୁ ଙ୍କ ସମେତ କୁରାଳ ସମାଜ କୁରାଳ ସମାଜ ସଂପାଦକ ସୁରେଶ ସାହୁ, ଟିକୁନା ସାହୁ , ଉପସଭାପତି ଟଙ୍କଧର ରଣା , ସହ ସଂପାଦକ ରସାନନ୍ଦ ସାହୁ , କୋଷାଧ୍ୟକ୍ଷ ଅନାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.