କଟକ ସଦର, ୨/୧୨/୨୦୨୨(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୧୯୭୮ ରେ ସ୍ଥାପିତ ତଥା ‘ ନାକ୍’ ଦ୍ୱାରା ଵି ଗ୍ରେଡ୍ ଅଧିସିକୃତ କନ୍ଦରପୁର ଡିଗ୍ରୀ କଲେଜର ୪୫ ତମ ପ୍ରତିଷ୍ଠା ଦିବସ ଗୁରୁବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଅଧ୍ୟକ୍ଷ ପ୍ରଫେସର ସାରଦା ପ୍ରଶନ୍ନ ମହାପାତ୍ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ସଭାରେ ଅତିଥି ଭାବେ କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଶୈଳବାଳା ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା,ଉତ୍କଳ ବିଶ୍ୱବିଦ୍ୟାଳୟ ଏନଏସଏସ ରାଜ୍ୟ ପ୍ରୋଗ୍ରାମ ଅଫିସର ତଥା କିଟର ଡାଇରେକ୍ଟର ଡଃ ସୁରକ୍ଷା ସୁନ୍ଦରୀ ସ୍ୱାଇଁ,ପ୍ରମେୟ ଓ ନିଉଜ ୭ ର କଟକ ଡିଜିଏମ୍ ମାନସ ପଣ୍ଡା ଓ କଲେଜର ପ୍ରଶାସନିକ ଅଧିକାରୀ ଡ଼ଃ ଅଲେଖ ଚନ୍ଦ୍ର ସାହୁ ପ୍ରମୁଖ କଲେଜ ପ୍ରତିଷ୍ଠାରେ ଯେଉଁ ବ୍ୟକ୍ତି ବିଶେଷଙ୍କ ଅବଦାନ ରହିଥିଲା ତାହା ଆଜି ଅବିସ୍ମରଣୀୟ ବୋଲି କହିଥିଲେ।
ଏଥି ସହିତ ରାଷ୍ଟ୍ର ନିର୍ମାଣରେ ଭଲ ମଣିଷ ଆବଶ୍ୟକତା ଥିବା ବେଳେ ଏଥିପାଇଁ ଶିକ୍ଷା ଶିକ୍ଷାୟତନ ଓ ସୈ।କ୍ଷିକ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି କହିଥିଲେ।
ମଞ୍ଚ ପରିଚାଳନାରେ ଡଃ ନମୀତା ପଟ୍ଟନାୟକ,ଅଧ୍ୟାପକ ପ୍ରଦୀପ୍ତ ବିଶ୍ୱାଳ ଓ ଦିପାଳୀ ରାଉତ ସହାୟତା କରିଥିଲେ। ଡଃ ଝରଣା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶେଷରେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।