Thursday , June 8 2023
Breaking News
Home / ବିଶେଷ / ଅସହାୟ ପରିବାର କୁ “ଯୁବଶକ୍ତି” ପକ୍ଷରୁ ସହାୟତା ପ୍ରଦାନ

ଅସହାୟ ପରିବାର କୁ “ଯୁବଶକ୍ତି” ପକ୍ଷରୁ ସହାୟତା ପ୍ରଦାନ

ପରଜଙ୍ଗ, ୨/୧୨/୨୦୨୨(ଓଡ଼ିଶା ସମାଚାର)- ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବସୁଲେଇ ଗ୍ରାମ ପଞ୍ଚାୟତ ର ଅସହାୟ ପରିବାର କରୁଣାକର ବେହେରା, ପକ୍ଷାଘାତ ରେ ପୀଡିତ ସ୍ତ୍ରୀ ସ୍ୱର ବେହେରା, କର୍କଟ ରୋଗ ରେ ପୀଡିତ ପୁଅ କାହ୍ନୁ ଚରଣ ବେହେରା ଙ୍କର ପରିବାର କୁ “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରି କହିଥିଲେ । କରୁଣାକର ବେହେରା ଙ୍କର ଅସହାୟ ପରିବାର ଦୁର୍ଦ୍ଦଶା ଭିତରେ ଚାଳ ଗୁହାଳ ଘରେ ଜୀବନ ଅତିବାହିତ କରୁଅଛନ୍ତି ।  ଯାହା ବଡ଼ ଦୁଃଖଦ ଓ ଦୁର୍ଭାଗ୍ୟର ବିଷୟ । ନା ଅଛି ଘର, ନା ଅଛି ପାଣି, ନା ରହିଛି ସରକାରୀ ସୁବିଧା । ପରଜଙ୍ଗ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଙ୍କର ଅବହେଳା ମନୋବୃତି ପାଇଁ କରୁଣାକର ଙ୍କର ପରିବାର ସମସ୍ତ ସରକାରୀ ସୁବିଧା ରୁ ବାଦ ପଡି ଅଛନ୍ତି । ଏହି ସବୁ ଘଟଣା କେମିତି ପ୍ରଶାସନ ନଜର ରେ ଆସୁ ନାହିଁ । ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ ତୁରନ୍ତ ପରିବାର କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଏବଂ ଚିକିତ୍ସା ପାଇଁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ,ଗୋପବନ୍ଧୁ ଜେନା, ଗ୍ରାମବାସୀ ନରେଶ ଚନ୍ଦ୍ର ରାଉତ,ନୃସିଂହ ଜେନା, ଗୀତାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.