ଖୋର୍ଦ୍ଧା, ୦୧/୧୨/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ତାପଙ୍ଗ ଷେସନରେ ଦେଖିବାକୁ ମିଳିଛି ଏକ ଅଘଟଣ। ମାଲଗାଡି ଟ୍ରେନ୍ ଉପରେ ଚଢି ଯୁବତୀ ଜଣକ ସେଲଫି ନେବାବେଳେ ବିଦ୍ୟୁତ କରେଂଟ ଲାଗି ଗୁରୁତର ଆହତ ହୋଇଛନ୍ତି। ଯୁବତୀ ଜଣକ ଜଂକିଆ ଥାନା ମଳିପଡା ଗ୍ରାମର ଶିଳ୍ପା ସାହୁ। ବିଦୁ୍ୟତ୍ ସଂସ୍ପର୍ଶରେ ଆସି ତଳେ ପଡି ଯାଇଥିଲେ। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ।
୧୦୮ ଆମ୍ବୁଲାନ୍ସରେ ହସପିଟାଲ ନେବାବେଳେ ଖୋର୍ଦ୍ଧା ରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହେଇଥିବା ସୂଚନା ମିଳିଛି। ଏ ଘଟଣାରେ ଖୋର୍ଦ୍ଧା ରେଳବାଇ ପୋଲିସ ତଦନ୍ତ ଜାରୀ ରଖିଛି।