Thursday , February 2 2023
Breaking News
Home / ତାଜା ଖବର / ମଶା ଧୂଆଁ ରୁ ଗୁହାଳ ଘରେ ନିଆଁ ଲାଗି ୩ ଗୋରୁ ଆହତ

ମଶା ଧୂଆଁ ରୁ ଗୁହାଳ ଘରେ ନିଆଁ ଲାଗି ୩ ଗୋରୁ ଆହତ

ଗରଦପୁର,୦୧/୧୨/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ଗଣେଷ ଚନ୍ଦ୍ର ସାହୁଙ୍କ ଗୁହାଳ ଘରେ ଆଜି ସନ୍ଧ୍ୟାରେ ନିଆଁ ଲାଗି ୩ ଗୋଟି ଗୋରୁ ଆହତ ହୋଇଛନ୍ତି । ମିଳିଥିବା ସୂଚନା ରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳେ କୌଣସି କାରଣରୁ ଗଶେଷ ଙ୍କ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା । ଗଣେଷ ଙ୍କ ଗୁହାଳ ଘରେ ନିଆଁ ଲାଗି ଯାଇଥିବା ଦେଖି ପଡ଼ୋସୀ ଲୋକମାନେ ଯାଇ ଗୁହାଳ ଘରୁ ୨ ଟି ଗାଈ ଓ ଗୋଟିଏ ବାଛୁରୀକୁ ଉଦ୍ଧାର କରି ପଦାକୁ ନେଇ ଆସିଥିଲେ । ହେଲେ ଗାଈ ର ପିଠି ଓ ବାଛୁରୀ ର ମୁହଁରେ ନିଆଁ ର ଆଘାତ ଲାଗିଛି । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଥିବାବେଳେ ଖବର ପାଇ ନଇନ୍ଦିପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ଗୁହାଳ ଘରେ କିଛି ଜାଲେଣି କାଠ ରହିଥିଲା । ଗୁହାଳ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ତେବେ ଗୁହାଳ ଘରେ ମଶା ପାଇଁ ଧୂଆଁ ଦିଆଯାଇଥିବା ନିଆଁ ରୁ ଏହି ଅଗ୍ନୀକାଣ୍ଡ ଘଟିଥିବା ଲୋକମାନେ କହୁଛନ୍ତି ।

Leave a Reply

Your email address will not be published.