ବଡପୂଜାରେ ୫ ଶହ ଶ୍ରଦ୍ଧାଳୁ ସାମୁହିକ ପ୍ରସାଦସେବନ କଲେ
ଭୁବନ ୦୧/୧୨/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ସ୍ଥିତ ଗଣେଶବଜାର (କୁମ୍ଭାରସାହି) ରେ ବିପୁଳ ଉତ୍ସାହ ଉଦ୍ଧୀପନା ଅତ୍ୟନ୍ତ ଆଡମ୍ବର ସହକାରେ ଗତ ସୋମବାର ଠାରୁ କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହାରେ ନକୁଳ ସାହୁ,କୈଳାସ ଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଚଳିତ ବର୍ଷ ୧୮ ବର୍ଷରେ ପଦାର୍ପଣ କରିଛି । କୁରାଳ ସମାଜ ସଭାପତି ଗଙ୍ଗାଧର ରଣା, ସଂପାଦକ ସୁରେଶ ସାହୁ, ଟିକୁନା ସାହୁ , ଉପସଭାପତି ଟଙ୍କଧର ରଣା , ସହ ସଂପାଦକ ରସାନନ୍ଦ ସାହୁ , କୋଷାଧ୍ୟକ୍ଷ ଅନାମ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ବଡ ପୂଜା ଅନୁଷ୍ଠିତ ହୋଇଯାଇଛି । ବଡପୂଜାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପ୍ରାୟ ୫ ଶହ ଶ୍ରଦ୍ଧାଳୁ ଯୋଗଦେଇ ସାମୁହିକ ପ୍ରସାଦସେବନ କରିଥିଲେ । ଦୈତାରୀ ସାହୁ, ଚିନ୍ତାମଣି ସାହୁ, ପଦ୍ମନାଭ ସାହୁ, ନରେଶ ସାହୁ, ବେଣୁଧର ସାହୁ, ଚିଣୁ୍ଟ ସାହୁ, ପପୁ ସାହୁ, ଶୁଭ ରଣା, ସୁଶି ରଣା, ବ୍ରଜବନ୍ଧୁ, କୈଳାସ, ବିଶୁଆ, ମାଧବ, ବାବୁଲି, ଗଙ୍ଗାଧର, ଅମର, ସିପୁ, ଦୀପୁ, ବାବୁ, ଶ୍ରୀଧର, ପିଣ୍ଟୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି ।