Thursday , February 2 2023
Breaking News
Home / ଶିକ୍ଷା / ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ

ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ

ଗରଦପୁର, ୦୧/୧୨/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ଠାରେ ପ୍ରତିଷ୍ଠିତ ବିଜୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼ କ୍ରସ୍ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ ଉତ୍ସବରେ ଅଧ୍ୟକ୍ଷ ତ୍ରିଲୋଚନ ସ୍ୱାଇଁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ତେଣ୍ଡାକୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗର ଡ଼ାକ୍ତର ପ୍ରମୋଦ କୁମାର ନାୟକ ଯୋଗଦାନ କରି ଏଡ଼ସ୍ ରୋଗର ଲକ୍ଷଣ, ନିରାକରଣ, ଭୟାବହତା ଓ ସଚେତନତା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସାଉଁଟା ଫୁଲ ଓ ଉଦେଶ୍ୟ ପତ୍ରିକାର ସମ୍ପାଦକ ତଥା ଚିତ୍ରାପôଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ପରିକ୍ଷିତ ନାୟକ ଯୋଗଦାନ କରି ଏଡ଼ସ୍ ରୋଗର ଉପôତି,ପ୍ରସାରଣ ଓ ନିରାକରଣ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ୍ ବିଭାଗର ସଂଯୋଜକ ଉମାକାନ୍ତ ମଲିକ ବିଶ୍ୱ ଏଡ଼ସ୍ ଦିବସ ପାଳନର ତାପôର୍ଯ୍ୟ ଓ ଉପାଦେୟତା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜାତୀୟ ସେବା ସଂସ୍ଥା ସଂଯୋଜକ ଅନୁଷ୍ଠାନ ସ୍ତରରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିବା ବିଶ୍ୱ ଏଡ଼ସ୍ ଦିବସର ବିବରଣୀ ପାଠ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନୁଷ୍ଠାନର ରେଡ଼୍ ରିବନ୍ କ୍ଲବ୍ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏଡ଼ସ୍ ସମ୍ବନ୍ଧୀୟ କ୍ଷ୍ୟୁଦ୍ର ଏକାଙ୍କିକା ପ୍ରଦର୍ଶିତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published.