Thursday , February 2 2023
Breaking News
Home / ବିଶେଷ / ବାଲିଆ ବାଣ ବିସ୍ପୋରଣ ଘଟଣାରେ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

ବାଲିଆ ବାଣ ବିସ୍ପୋରଣ ଘଟଣାରେ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା, ୦୧/୧୨/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିଆ ବାଣ ବିସ୍ପୋରଣ ଘଟଣାରେ ୪୦ରୁ ଉଦ୍ଧ୍ୱର୍ ଲୋକ ଗୁରୁତର ଭାବେ ଆହତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ୧୨ଜଣ ଆଇ.ସି.ୟୁ.ରେ ରହି ଚିକିତ୍ସିତ ହେଉଛନ୍ତି । ଏହି ପିଡିତମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ତଥା ଦିନମଜୁରିଆ ଶ୍ରେଣୀର ହୋଇଥିବାରୁ ସେମାନେ ଚିକିତ୍ସା ଖର୍ଚ୍ଚ ତୁଲାଇବା ଅସମ୍ଭବ ହୋଇପଡିଛି । ତେଣୁ ସରକାର ମୃତ ବ୍ୟକ୍ତିଙ୍କ ପରିବାର ପିଛା ୩୦ଲକ୍ଷ ଟଙ୍କା ଓ ସେମାନଙ୍କ ପରିବାରରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ କରିବା ସହ ଗୁରୁତର ଭାବେ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ୧୦ଲକ୍ଷ ଟଙ୍କା ଏବଂ ଅଳ୍ପ ଆହତ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କାର ସରକାରୀ ସହାୟତା ରାଶି ପ୍ରଦାନ କରାଯିବାକୁ ଦାବି କରାଯାଇଛି । ମୃତବ୍ୟକ୍ତିଙ୍କ ମଧ୍ୟରୁ କେନ୍ଦ୍ରାପଡା ସହରର ଜୟୀପୁରା ଗ୍ରାମର ସେକ କରିମୁଦ୍ଧିନ ଓରଫ ପିଂଟୁର ପରିବାରକୁ ଜିଲ୍ଲା ପ୍ରସାସନ ଭେଟି ତତ୍କ୍ଷଣାତ ସରକାରୀ ସହାୟତା ପ୍ରଦାନ କରିବା ସହ ସେହି ପରିବାରକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ତେଣୁ ଏଭଳି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ପିଡିତମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ବରିଷ୍ଠ ବିଜେପି ନେତା ମହମ୍ମଦ ସଲିମ ଖାନ, ହିବଜୁର ରହେମାନ, ସରୋଜ କୁମାର ସାହୁ, ହରେକୃଷ୍ଣ କର, ମୁକ୍ତାର ଖାଁ, ମହମ୍ମଦ ଆଝାରୁଦ୍ଧିନ, ଜଗତଜୀବନ ଦାଶ, ସେକ ଜମିରଉଲ୍ଲା, ସବିର ଖାନ, ସେକ ବୁରହାନ ଅଲ୍ଲୀ, କିର୍ତିରଞ୍ଜନ ବେହେରା, ଅବଦୁଲ ମଜିଦ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published.