ନିରାକାରପୁର, ୦୧/୧୨/୨୦୨୨(ଓଡ଼ିଶା ସମାଚାର)-ଅତିଥି ଦେବୋ ଭବୋ ଭାରତୀୟ ସଂସ୍କୃତିର ମହାନ ପରମ୍ପରା! ଶୀତ ଋତୁର ଆଗମନରେ ବିଦେଶାଗତ ପକ୍ଷୀ ମାନେ ଧାଇଁ ଆସନ୍ତି ବିଭିନ୍ନ । ସେମାନଙ୍କୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ସେଥି ପାଇଁ ଆଜି ଟାଙ୍ଗି ବନାଞ୍ଚଳ ଅଧିକାରୀ ଚୂଡ଼ାମଣି ମୁର୍ମୁ ଙ୍କ ନେତୃତ୍ୱରେ କଣାସ ବ୍ଲକ ଦେଇପୁର ପଞ୍ଚାୟତ ତେଲେଙ୍ଗାପଡା ଗ୍ରାମ ହାଇସ୍କୁଲ୍ର ରେ ପକ୍ଷୀ ସୁରକ୍ଷା ପାଇଁ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା ।ପକ୍ଷୀମାନଙ୍କୁ ଶିକାର ନକରି ତାଙ୍କୁ ସୁରକ୍ଷା ଦେବାପାଇଁ ସମସ୍ତ ଜନ ସାଧାରଣ ଜନ ପ୍ରତିନଧି, ବିଭାଗୀୟ ଅଧିକାରୀ ମାନେ ଶପଥ ନେଇଥିଲେ।
ସମସ୍ତେ ପକ୍ଷୀ ଶୀକାର ଉପରେ ଗୁରୁତ୍ବ ଦେବାକୁ ଆଲୋଚନା କରାଉଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟି ବନାଞ୍ଚଳ ଅଧିକାରୀ ଅଜୟ ହରିିିଚନ୍ଦନ, ଫରେଷ୍ଟର ସୁଜିତ୍ କୁମାର ବେହେରା,ଜିତେନ୍ଦ୍ର କୁମାର ଜେନା, ଗୀତାଞ୍ଜଳି ପ୍ରଧାନ ଓ ଭାନୁମତୀ ବେହେରା ପ୍ରମୁଖ ଙ୍କ ସମେତ ସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ ପାଇକରାୟ, ଦେଇପୂର୍ ସରପଂଚ ଅଜୟ କୁମାର ପ୍ରଧାନ, ଦୋଛୁଆଁ ସରପଂଚ ବନମାଳୀ ରାଉତ ପ୍ରମୁଖ ବହୁ ଜନ ପ୍ରତିନିିଧି ଉପସ୍ଥିତି ଥିଲେ।