Sunday , January 29 2023
Breaking News
Home / ବିଶେଷ / ନବଜାତ ଶିଶୁପୁତ୍ର କୁ ବିକ୍ରୀ ଅଭିଯୋଗ ନେଇ ତନାଘନା

ନବଜାତ ଶିଶୁପୁତ୍ର କୁ ବିକ୍ରୀ ଅଭିଯୋଗ ନେଇ ତନାଘନା

ନିଶ୍ଚିନ୍ତକୋଇଲି ୦୧/୧୨/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ପାଞ୍ଚ ଦିନର ନବଜାତ ଶିଶୁ କୁ ବିକ୍ରୀ ଅଭିଯୋଗ ହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଂଚାୟତ ପଞ୍ଚସରଙ୍ଗ ବଳରାମପୁର ୧୫ ନମ୍ବର ୱର୍ଡ ରେ ଏକ ଭଡା ଘରେ ରହୁଥିବା ବିଜୟଙ୍କ ପତ୍ନୀ ପ୍ରତିମା ପଣ୍ଡା ତାଙ୍କର ଏକ ୫ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏହା ଉପରେ ଶିଶୁ ସୁରକ୍ଷା ସେଲରୁ ଅଭିଯୋଗ ପାଇ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁ ଘଟଣା ସ୍ଥଳରେ ଉପସ୍ଥିତ ହୋଇଥିଲେ । ଅନୁସନ୍ଧାନରୁ ଜଣାପଡିଲା ଯେ ପ୍ରତିମା ତାଙ୍କ ୫ ଦିନର ଶିଶୁକୁ ପାରାଦୀପ ଗଡ଼ ଠାରେ ଥିବା ତାଙ୍କ ମଳାଶୁର ନିକଟରେ ଛାଡିଛନ୍ତି । ସେ ପୂର୍ବରୁ ପ୍ରତିମା କୁ ତାଙ୍କର ଏକ ଝିଅ ଅଛି, ତୋର ପୁଅ ହେଲେ ମତେ ଦେବୁ ବୋଲି କହିଥିଲେ । ସେହି ପ୍ରତିଶୃତି ଅନୁଯାଇ ପ୍ରତିମା ତାଙ୍କ ୫ ଦିନର ଶିଶୁ ପୁତ୍ରକୁ ଦେଇଛନ୍ତି । ସେ ଶିଶୁ ପୁତ୍ର ବିକ୍ରୀ କରିନଥିବା କହିଛନ୍ତି । ତେବେ ଥାନା ଅଧିକାରୀ ଶିଶୁର ପିତାଙ୍କ ସହ ଟେଲେଫୋନ ଯୋଗେ ଯୋଗାଯୋଗ କରି ଶିଶୁ ପୁତ୍ରକୁ ଘରକୁ ଫେରାଇଆଣି ତା ମା କୋଳରେ ଦେବା ନିମନ୍ତେ ଆଦେଶ ପ୍ରଦାନ କରିଛନ୍ତି । ଏନେଇ ଆଶା ଓ ଅଙ୍ଗନବାଡି କର୍ମୀ ତତ୍ପରତା ପ୍ରକାଶ କରିଥିଲେ ଘଟଣା କୁ ରୋକାଯାଇ ପାରିଥାନ୍ତା ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published.