ଖୋର୍ଦ୍ଧା, ୦୧/୧୨/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଜଂକିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ତୋଟାପଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି । ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖାଯଉନଥିବାରୁ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା କାର। ଫଳରେ କାରରେ ଥିବା ୪ଜଣଙ୍କର ମୃତ ଘଟିଛି ।
କାରଟି ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ବୋଲି ଜଣାପଡିଛି।ସମସ୍ତେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରୁ ପୁରୀ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ।
ବିଳମ୍ବିତ ରାତି ପ୍ରାୟ ୩ଟାରେ ଘଟିଛି ଏହି ଦୁର୍ଘଟଣା। ତୋଟାପଡା ଛକରେ ଏକ ଟ୍ରକଟି ଖରାପ ହୋଇ ରାସ୍ତା ଉପରେ ଛିଡା ହୋଇଥିବା ବେଳେ ଟ୍ରକକୁ ପଛରୁ ପିଟିଲା କାର। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ବିଶାଖାପାଟଣା ର ଜଣେ ବିୟୁଟିସିଆନ ଲକ୍ଷ୍ମୀ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।