Sunday , January 29 2023
Breaking News
Home / ସ୍ୱାସ୍ଥ୍ୟ / ଜ଼ିଲ୍ଲା ସ୍ତରୀୟ ବିଶ୍ୱ ବିଶ୍ୱ ଏଡ଼ସ ଦିବସ ପାଳନ

ଜ଼ିଲ୍ଲା ସ୍ତରୀୟ ବିଶ୍ୱ ବିଶ୍ୱ ଏଡ଼ସ ଦିବସ ପାଳନ

ଜଗତସିଂହପୁର,୦୧/୧୨/୨୦୨୨(ଓଡ଼ିଶା ସମାଚାର)- ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ଏଡ଼ସ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ପ୍ରଥମେ ଏକ ରାଲିର ଆୟୋଜନ କରାଯାଇଥିଲା । ଉକ୍ତ ରାଲିରେ ଜ଼ିଲ୍ଲା ସ୍ତରରୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଓ ମହିମା ଓ ନାୟରାଣୀ ନର୍ସିଂ ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ରାଲି ପରେ ଜ଼ିଲ୍ଲା ସଭା ଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା । ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସଭାରେ ଏକ ଶପଥ ପାଠ କରାଯାଇଥିଲା ଯେ ରାଷ୍ଟ୍ରର ଏକ ସଚେତନ ନାଗରିକ ହିସାବରେ ନିଜେ ସଚେତନ ହେବ ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବି । ପରେ ଅଭିଭାଷଣରେ ଏ ବର୍ଷର ବାର୍ତ୍ତା: “ସମାନତା” ଉଦ୍ଧେଶ୍ୟ ବିଷୟରେ ଅବଗତ କରାଇବା ସହ ଏଚ. ଆଇ. ଭି ସଂକ୍ରମିତଙ୍କ ନିମନ୍ତେ ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ସମାଜର କଣ କର୍ତ୍ତବ୍ୟ ରହିବ ଉଚିତ ସେ ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସାମାଜିକ ସ୍ତରରେ ସଚେତନତା ନିତ୍ୟାନ୍ତ ଆବଶ୍ୟକ । ଏଠି ନିମନ୍ତେ ସମସ୍ତେ ଶପଥ ନେବା ଉଚିତ । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ ବେହେରା ଏକ ପ୍ରେଜେନଟେସନ ଦ୍ୱାରା ଏହି ସଂକ୍ରମଣ କେମିତି ହୁଏ ଓ ଚିକିତ୍ସା ବ୍ୟବସ୍ଥା କଣ ଅଛି ଇତ୍ୟାଦି । ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଏହି ସଂକ୍ରମଣ ଶରୀରରୁ ନିର୍ଗତ ତରଳ ପଦାର୍ଥ ଯଥା ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୌଧିତ ରକ୍ତ ଓ ରକ୍ତ ଜାତ ଦ୍ରବ୍ୟ,ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚି ଦ୍ୱାରା ହୋଇଥାଏ । ଛୁଇଁଲେ କି ଏକାଠି ଖାଇଲେ, ହାତ ମିଳେଇଲେ ଏହି ସଂକ୍ରମଣ ହୋଇ ନଥାଏ । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପାଲ ଗର୍ଭବତୀ ମାଆ ଠାରୁ ତା ଶିଶୁକୁ ସଂକ୍ରମଣ ରୋକିବାକୁ ଚିହ୍ନଟ କରିବା ଓ ଚିକିତ୍ସା କରିବା ଉଚିତ । ଡି .ପି.ଏମ. ଚକ୍ରଧର ଯେନା ମଧ୍ୟ ଅଭିଭାଷଣରେ ନିଶାସକ୍ତ ଲୋକମାନେ ଗୋଟେ ସିରିଞ୍ଜ ଓ ଛୁଞ୍ଚି ବ୍ୟବହାର କରନ୍ତି ସେମାନେ ସଚେତନ ହେବା ଉଚିତ ଓ ଯେଉଁମାନେ ବାହାରକୁ କର୍ମକରିବାକୁ ଯାନ୍ତି ଦୁରକୁ ସେମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ଉକ୍ତ ସଭାରେ ଜ଼ିଲ୍ଲା ସ୍ତରରୁ ସମସ୍ତ କର୍ମଚାରୀ, କାଉନସେଲର , ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଓ ଡେପୁଟି ମ୍ୟାନେଜେର ସୁକାନ୍ତ କୁମାର ପ୍ରଧାନ, ଏରସମା ,ବାଲିକୁଦା ଓ କୁଜଙ୍ଗର କାଉନସିଲର ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published.