ନିରାକାରପୁର,୦୧/୧୨/୨୦୨୨(ଓଡ଼ିଶା ସମାଚାର)-୧୬ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ସୁନେଈ ରୁପେଇ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକକୁ ପଛରୁ ପିଟିଲା କାର। କାରରେ ଥିବା ୪ଜଣଙ୍କର ମୃତ୍ୟୁ ଘଟିଛି ।
କାରଟି ବାଲୁଗାଁ ପଟୁ ଭୁବନେଶ୍ଵର ପଟକୁ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ସମସ୍ତେ ଆନ୍ଧ୍ରପ୍ରଦେଶ ରୁ ପୁରୀ ଯାଉଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।