Thursday , February 2 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୧/୧୨/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ବିଶ୍ୱ ଏଡସ ଦିବସ – ୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଆବାହକ ପ୍ରଶାନ୍ତ ସାହୁ, ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ, ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ ଓ ନିରୁପମା ସାହୁଙ୍କ ସମେତ ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ଏକ ସଚେତନତା ପଦଯାତ୍ରାରେ ବାହାରି କେନ୍ଦ୍ରାପଡା ସହର ପରିକ୍ରମା କରିବା ସହ ଏଡସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହାପରେ କଲେଜ ପରିସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡସ ଓ ଏଚ.ଆଇ.ଭି. ଭୂତାଣୁ ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିବା ସହ ଏଡସର ନିରାକରଣ ପଥରେ ଥିବା ଆହ୍ୱାନ ଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ କ୍ୱିଜ ପ୍ରତିଯୋଗିତାର ଆୟୋଜନ ପୂର୍ବକ କୃତି ଛାତ୍ରଛାତ୍ରୀ +୨ ପ୍ରତମ ବର୍ଷ କଳା ଛାତ୍ର ସମ୍ଭବ କୁମାର ଲେଙ୍କା, +୩ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ରୁତୁପର୍ଣ୍ଣା ବିଶ୍ୱାଳ ଓ +୩ ତୃତୀୟ ବର୍ଷ କଳା ଛାତ୍ରୀ ପ୍ରାଚୀ ପ୍ରତ୍ୟାସା ପରିଡାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର ପାଇଁ ପୁରସ୍କୃତ କରାଯାଇଥିଲା । ଆବାହକ ପ୍ରଶାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ସଂଭାଷଣ, ଅଧ୍ୟାପିକା ଆର୍ଶିଆ ଅଞ୍ଜୁମ ସଭା ପରିଚାଳନା ଓ ଅଧ୍ୟାପକ ସଞ୍ଜୟ କୁମାର ସ୍ୱାଇଁ ଯାନ୍ତ୍ରିକ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ନିରୁପମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.