କଟକ ସଦର, ୦୧/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ଠାରୁ ବାଲିକୁଦା ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟରେ ହେଵାକୁ ଥିବା କାର୍ୟ୍ୟର ସମୀକ୍ଷା ବୈଠକ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ତାଙ୍କ ଆଵାସୀକ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଏହି ରାସ୍ତା ପାଇଁ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିଥିବା ବେଳେ ଏଥିରେ କନ୍ଦରପୁର ବଜାରରେ ସ୍ଥିତିବାନ ଜମି ଉପରେ ଥିବା କିଛି କୋଠା କ୍ଷତିଗ୍ରସ୍ତ ହେଵା ସମ୍ଭାବନା ସୃଷ୍ଟି ହୋଇଛି।ଏହାକୁ ରକ୍ଷା କରି ବିକଳ୍ପ ଭାବେ ରାସ୍ତା ନିର୍ମାଣ କରିବାକୁ କଟକ ସାଂସଦ ଭର୍ତୃହରି ମହତାଵଙ୍କ ନିକଟରେ ଆବେଦନ କରାଯାଇଥିଲା। ଏଥିପାଇଁ ଉକ୍ତ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ରାସ୍ତାର ବିକଳ୍ପ ଚିନ୍ତା କରିଵାକୁ କୁହାଯିବାରେ ଏଥିରେ ଏନ ଏଚ ଅଧିକାରୀ ମାନେ ଅନିଛା ପ୍ରକାଶ କରିଥିଲେ।ଯେହେତୁ ସଵୁ ପ୍ରକ୍ରିୟା ଶେଷ ପର୍ୟ୍ୟାୟରେ ତେଣୁ ଏହା ଉପରେ ଆମେ କିଛି କରିପାରିଵୁ ନାହିଁ ବୋଲି କହିଥିଲେ। ଏଥି ସହିତ କନ୍ଦରପୁର ରେଳ ଓଭରଵ୍ରିଜ କାର୍ୟ୍ୟ ପାଇଁ ଵି ପ୍ରକ୍ରିୟା ଶେଷ ହୋଇଥିବା କହିଥିଲେ। ଏହି ବୈଠକରେ ରେଳ ବିଭାଗର ଏଡିଇଏନ କଟକ ୨ ର ସାଇ ଅନୁଭଵ ନାଥ, ଜାତୀୟ ରାଜପଥ ଅଧିକାରୀ ଧ୍ୟାନ ଚାନ୍ଦ ନାୟକ, ଜାତୀୟ ରାଜପଥ କଟକ ନିର୍ବାହୀ ଯନ୍ତ୍ରୀ ଇଂ ରାକେଶ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କମଳ କୁମାର ସ୍ୱାଇଁ,କଟକ ସଦର ତହସିଲଦାର ଡଃ ମାନସ ରଞ୍ଜନ ଭୋଇ,ସାଂସଦଙ୍କ ସିଏମସି ପ୍ରତିନିଧି ଚିରଞ୍ଜୟ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଯେତେ ଶୀଘ୍ର ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କାର୍ୟ୍ୟ ସାରିଵେ ସେତେ ଶୀଘ୍ର କାର୍ୟ୍ୟ ଆରମ୍ଭ କରାଯିଵ ଵୋଲି ଏନଏଚ୍ ଅଧିକାରୀମାନେ କହିଛନ୍ତି ।