କେନ୍ଦ୍ରାପଡ଼ା,୦୧/୧୨/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ସର୍ବ ପ୍ରଥମ ରେସିଡେନସିଆଲ କଲେଜ “ଆଲଫା ବେଷ୍ଟ” ପରିସରରେ ବିଶ୍ୱ ଏଡସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ପରିଚାଳନା ସମିତି ଅଧ୍ୟକ୍ଷ ଗନ୍ଧର୍ବ ଚରଣ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଆଲଫା ବେଷ୍ଟ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତାମାନେ ଯୋଗଦେଇ କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ନିକଟରୁ ସକାଳ ୭ଟା ସମୟରେ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା ପୂର୍ବକ ତୁଳସୀ ମହିଳା ମହାବିଦ୍ୟାଳୟ ନିକଟରେ ପହଂଚିଥିଲେ ।
ଏହାପରେ ଆଲଫା ବେଷ୍ଟ କଲେଜ ପରିସରରେ କଲେଜ ଅଧ୍ୟକ୍ଷ କ୍ଷୀରୋଦ ପ୍ରସାଦ ସାହୁଙ୍କ ପୌରହିତରେ ଅନୁଷ୍ଠିତ ଏକ ଏଡସ ସଚେତନତା ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରୋଗ୍ରାମ କାଉନସିଲର ଦେବେନ୍ଦ୍ର ରାଉତ, ଜିଲ୍ଲା ଆଇ.ସି. ଆଇ.ସି. ସୁପରଭାଇଜର ବ୍ରଜ କିଶୋର ଜେନା, ଆଲଫା ବେଷ୍ଟ କଲେଜ ଇଂରାଜୀ ବିଭାଗ ପ୍ରଫେସର ତ୍ରିଲୋଚନ ପ୍ରଧାନ ପ୍ରମୁଖ ଯୋଗଦେଇ ଏଡସ ସଚେତନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଅଧ୍ୟାପିକା ସ୍ୱର୍ଣ୍ଣଲତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଲଫା ବେଷ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।