ଟ୍ରକକୁ ଧକ୍କା ଦେଲା କାର: ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ
ନିରାକାରପୁର, ୦୧/୧୨/୨୦୨୨(ଓଡ଼ିଶା ସମାଚାର)- ସୁଦୂର ଆନ୍ଧ୍ର। ପ୍ରଦେଶ ରୁ ଆସିଥିଲେ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ। ଆଉ ୨ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଜାତୀୟ ରାଜପଥ ୧୬ ରୁ ନୂଆ ଜଗନ୍ନାଥ ସଡ଼କ ଧରି ପୁରୀ ଯାଇଥାନ୍ତେ। କିନ୍ତୁ ବିଧିର ବିଧାନ ଅନ୍ୟ କିଛି ଲେଖା ଥିଲା । ଗୋଟିଏ ଆନ୍ଧ୍ରା ଟ୍ରକ୍ ବାମ ପଟୁ ଅତିକ୍ରମ କରି ରାସ୍ତାର ଡାହାଣ ପଟକୁ ଯାଉଥିବାବେଳେ କାର ଟି ତାକୁ ପଛରୁ ଧକ୍କା ଦେଇଥିଲା। ଆଉ ଉକ୍ତ କାର ରେ ବସିଥିବା ୪ ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା। ସୂଚନା ଯୋଗ୍ୟ କି ଓଡ଼ିଶା ଭଞ୍ଜନଗର ମାଲିକଙ୍କ ଏକ କାର ଯାହାକି ଆନ୍ଧ୍ରା ପ୍ରଦେଶବିଶାଖାପାଟଣାରେ ରହି ଭଡ଼ା କରୁଥିଲା , ସେଠାରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ବିୟୁଟିସିଆନ ପୁରୀକୁ କୌଣସି ପ୍ରୋଗ୍ରାମ ରେ ଯୋଗଦେବା ସହ ଜଗନ୍ନାଥ ଦର୍ଶନ କରିବାକୁ ଉକ୍ତ କାର ନ ( ଏପି୩୧ ଏଡବ୍ଲୁ ୭୬୭୭) ରେ ବିଶାଖାପାଟନାରୁ ଆସୁଥିଲେ। ୧୬ ନମ୍ୱର୍ ଜାତୀୟ ରାଜପଥ ଜଂକିଆ ଥାନା ସୁନେଇରୁପେଇ ନିକଟ ନାଲସିହ ଗୋଟିଏ ଆନ୍ଧ୍ରା ପ୍ରଦେଶ ଟ୍ରକ୍ ନ ( ଏପି ୩୯ ୟୁ ୧୪୪୮) ବ୍ରେକ ଡାଉନ୍ ହୋଇ ରାସ୍ତାର ବାମ ପଟରୁ ଡାହାଣ ପଟକୁ ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖକୁ ଯାଉଥିବାବେଳେ ଦୃତ ଗତିରେ କାର ଟି ଭୋର୍ ସାଢ଼େ ୪ଟାରେ ଆସି ଟ୍ରକ୍ ପଛ ପାଖକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା କି ଘଟଣାସ୍ଥଳରେ କାର ରେ ଥିବା ସମସ୍ତ ୪ ଜଣକ ଙ୍କ ମୃତ୍ୟୁ ଘଟିଛି। ପୋଲିସ ସମସ୍ତ ମୃତଙ୍କଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନା କୁ ନେବା ସହ ଶବ ବ୍ୟବଚ୍ଛଦ ପରେ ସେଠାରେ ରଖାଯାଇଛି। ଖବର ପାଇ ମୃତଙ୍କ ପରିବାର ଲୋକ ଆନ୍ଧ୍ରା ରୁ ଆସୁଥିବା ଜଣାପଡିଛି। ପୋଲିସ ଦୁଇ ଟି ଯାକ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ମୃତକମାନଙ୍କ ପରିଚୟ ହେଲା – ଜଣେ ବିଦେଶୀ ନାଗରିକ ଥିବା ବେଳେ ସେ ଆଫଗାନିସ୍ତାନର ବାସିନ୍ଦା ।ବିଶାଖା ପାଟଣାମ୍ ରେ ରହି ପାଠ ପଢୁଥିଲେ.।ବିଦେଶୀ ଛାତ୍ରଙ୍କର ନାମ ହେଲା ଅହମେଦୀ ହିକ୍ ମତୁଲା ..୩୨ ବର୍ଷ., ଅନ୍ୟ ଦୁଇ ଜଣ ମହିଳା ହେଲେ ବୋଦାଙ୍କି ଲକ୍ଷ୍ମୀ ୩୨ ବର୍ଷ,ବିୟୁଟିସିଆନ ଓ ମାରିୟା ଖାନ ୨୫ ବର୍ଷ ,ବିୟୁଟି ସିଆନ୍ ବୋଲି ଜଣା ପଡିଛି।ଏମାନଙ୍କ ସହ କାର୍ ଚାଳକ ହେଲେ ରାକେଣ କୁମାର ୟେଲାପୁ ଡ୍ରାଇଭର। ସମସ୍ତଙ୍କ ଘର ବିଶାଖାପାଟଣାମ୍ ବୋଲି ଜଣା ପଡିଛି । ସମସ୍ତେ ଏକ ବିବାହ କାର୍ୟ୍ୟରେ ଯୋଗ ଦେବାକୁ ପୁରୀ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ହସ୍ତଗତ ହୋଇଥିବା ଫଟୋ ଗୁଡ଼ିକ ଅତୃନ୍ତ ବିଭତ୍ସ ହୋଇଥିବାରୁ ତାହାକୁ ପ୍ରକାଶ କରାଯାଇ ପାରୁନାହିଁ ।