କେନ୍ଦ୍ରାପଡ଼ା,୩୦/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାହାସପୁର ଗ୍ରାମରେ ମହାସମାରୋହରେ କୁରାଳ ପଂଚମୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱନାଥ ବେହେରା, ଜ୍ଞାନରଞ୍ଜନ ବେହେରା, ଚନ୍ଦନ କୁମାର ବେହେରା, ହଳଧର ବେହେରା, ଦେବୁ ରଣା, ଆଲୋକ ରଣା, ଦୀପକ ବେହେରା, ଆଲୋକ ବେହେରା ପ୍ରମୁଖ ଯୋଗଦେଇ କୁମ୍ଭାର ସମାଜର ଶତାଧିକ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିବା ସହ ଏଭଳି ପୂଜାର ଆୟୋଜନ ଚାଲୁ ରଖିବାକୁ ନିବେଦନ କରିଥିଲେ ।