Sunday , May 28 2023
Breaking News
Home / ବିଶେଷ / ସନ୍ଥ ଯଶୋବନ୍ତ ପୀଠରେ ବୈଦିକ ବିଦ୍ୱାନ ଡଃ ଜ୍ଞାନେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ସନ୍ଥ ଯଶୋବନ୍ତ ପୀଠରେ ବୈଦିକ ବିଦ୍ୱାନ ଡଃ ଜ୍ଞାନେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଉତ୍କଳୀୟ ଧାର୍ମିକ ପରମ୍ପରାରେ ପନ୍ଦରଶହ ଦଶକର ଶେଷ ଭାଗରେ ଉତ୍କଳୀୟ ପଂଚସଖାଙ୍କ ମଧ୍ୟରେ ସନ୍ଥ ଯଶୋବନ୍ତ ଦାସ ଅନ୍ୟତମ । ଗତକାଲି ପୂଣ୍ୟାତ୍ମା ଯଶୋବନ୍ତଙ୍କ ଜନ୍ମ, ସାଧନା ଓ ସମାଧି ପୀଠ ଅଢଙ୍ଗଗଡ଼ ନାଇଲୋଠାରେ ସନ୍ଥଙ୍କ ଶ୍ରାଦ୍ଧୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଯଶୋବନ୍ତ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ଏକ ସାହିତ୍ୟ ସଭା ଓ ଧର୍ମ ସମ୍ମିଳନୀ ସ୍ଥାନୀୟ ବିଧାୟକ ଇଂ ବିଜୟ ଶଙ୍କର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ବେଦ ପ୍ରଚାରକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସମାଜସେବା, ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ ପାଇଁ ସାହିତ୍ୟ ପ୍ରତିଭା ସମ୍ମାନରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, କିସ୍ ଓ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସମାନ୍ତଙ୍କୁ ପ୍ରଦାନ କରାଯାଇଥିଲା । ଡଃ ସାମନ୍ତଙ୍କ ପକ୍ଷରୁ କାଦମ୍ବିନୀର ସମ୍ପାଦିକା ଡଃ ଇତି ସମାନ୍ତ, ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ରାଜେଶ ନାୟକ ମାନପତ୍ର ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସନ୍ଥ ଯଶୋବନ୍ତ ଜଗତସିଂହପୁର ଜିଲ୍ଲାରେ ପ୍ରଣମ୍ୟ ପୁରୁଷ ଥିଲେ । ଆମେ ତାଙ୍କ ପାଇଁ ବର୍ଗିତ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଡ଼ାକ୍ତର ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ମମତା ପାତ୍ର, ମୀନାକ୍ଷୀ ପ୍ରିୟଦର୍ଶିନୀ, ଦିପ୍ତିମୟ ରାୟ ଓ ଚନ୍ଦ୍ରଶେଖର ଦାସ ମଂଚରେ ଉପସ୍ଥିତ ଥିଲେ । ସଂସଦର ସଭାପତି ଦେବୀ ପ୍ରସାଦ ତି୍ରପାଠୀ ସ୍ୱାଗତ ଭାଷଣ ଓ ସମ୍ପାଦକ ବିଶ୍ୱନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କବି ବାମଦେବ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର ସଂସଦର ମୁଖପତ୍ର ସ୍ମୃତିତୀର୍ଥକୁ ଉନ୍ମୋଚନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବରିଷ୍ଠ କର୍ମକର୍ତା କିଶୋର ଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.