Wednesday , May 31 2023
Home / ବିଶେଷ / ସଖୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସଖୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କଟକ, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଏସ୍ ସିବି ମେଡିକାଲସ୍ଥିତ ନର୍ସିଂ କଲେଜ ପରିସରରେ ‘ସଖୀ’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ କଲ୍ୟାଣ ଅଧିକାରୀ ସବିତା ରାଉତ, ମଞ୍ଜୁଲତା ନାୟକ, ନର୍ସିଂ  କଲେଜ ଅଧ୍ୟକ୍ଷା ବିଜୟଲକ୍ଷ୍ମୀ ଦାସ, ସାମାଜିକ ବିକାଶ ଅନୁଷ୍ଠାନର ନିର୍ଦେଶକ ଶୁଭଶ୍ରୀ ଦାସ ଅତିଥି ଭାବେ ଯୋଗଦେଇ ‘ସଖୀ’ର କାର୍ଯ୍ୟକାରିତା ପରେ କିପରି ଭାବେ ନାରୀମାନଙ୍କ ଉପରେ ହିଂସା କମିଛି ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ‘ସଖୀ’ର ମୁଖ୍ୟ ପରିଚାଳିକା ସୌମ୍ୟା ସୁଚରିତା ସାହୁଙ୍କ ସମେତ ସେଣ୍ଟରର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସୂଚନା ମୁତାବକ, ଭାରତ ସରକାରଙ୍କ ଦ୍ବାରା ଗଠିତ ଇନଷ୍ଟିଚ୍ୟୁଟ୍ ଫର୍ ସୋସିଆଲ ଡେଭଲପମେଣ୍ଟ ଦ୍ବାରା ପରିଚାଳିତ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ୨୦୧୯ ମାର୍ଚ୍ଚରୁ ଜିଲା ତଥା ବହାରର ହିଂସା ପ୍ରଭାବିତ ମହିଳାଙ୍କୁ ସ୍ବାସ୍ଥ୍ୟ, ପୁଲିସ ଓ ଆଇନଗତ ସହାୟତା, ମନସ୍ତାତ୍ତ୍ବିକ ପରାମର୍ଶ ଓ ସ୍ବଳ୍ପ କାଳିନ ରହଣିର ସେବା ଯୋଗାଇ ଆସୁଛି।

Leave a Reply

Your email address will not be published.