Sunday , May 28 2023
Breaking News
Home / ବିଶେଷ / ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଘେରିଲେ ବିଧାନସଭା

ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ଘେରିଲେ ବିଧାନସଭା

ଭୁବନେଶ୍ୱର, ୩୦/୧୧/୨୦୨୨(ଓଡ଼ିଶା ସମାଚାର)-ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ପାଚିକା ସହାୟିକା ଓଡ଼ିଶା ବିଧାନସଭା ଘେରାଉ ପାଇଁ ଗାନ୍ଧୀ ମାର୍ଗ ଜାମ୍ କରିଥିଲେ । ଆଇ.ଏଲ୍.ସି. ସୁପାରିଶ୍ ଅନୁସାରେ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ସମେତ ସମସ୍ତ ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ, ପାଚିକା ସହାୟିକାମାନଙ୍କୁ ସର୍ବନିମ୍ନ ମାସିକ ୨୬,୦୦୦ ଟଙ୍କା ଭତା ପ୍ରଦାନ, ପାଚିକା ସହାୟିକାମାନଙ୍କ ଭତା ନିୟମିତ ପ୍ରଦାନ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଧେଶ ମୁତାବକ ବକେୟା ଭତା ଅବିଳମ୍ବେ ପ୍ରଦାନ, ପାଚିକା ସହାୟିକାମାନଙ୍କୁ ବର୍ଷରେ ୧୦ ମାସ ପରିବର୍ତେ ୧୨ ମାସର ଭତା ପ୍ରଦାନ, ପ୍ରସୂତୀକାଳୀନ ସବୈତନିକ ଛୁଟି ୬ ମାସ ପ୍ରଦାନ ବ୍ୟବସ୍ଥା, ବର୍ଷକୁ ଦୁଇ ହଳ ପୋଷାକ ପ୍ରଦାନ, ସ୍କୁଲମାନଙ୍କରେ ଛାତ୍ରଛାତ୍ରୀ ସଂଖ୍ୟା ଭିତିରେ ପାଚିକା ସହାୟିକା ନିଯୁକ୍ତି ଦିଆଯିବା, ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟରେ ସାମିଲ କରାଇବା ବେଳେ ହାଇସ୍କୁଲରୁ ବାଦ୍ ପଡ଼ିଥିବା ମଧ୍ୟାହ୍ନ ଭୋଜନ ପଚିକା ସହାୟିକାଙ୍କୁ ଅଗ୍ରାଧିକାର ଭିତିିରେ ନିଯୁକ୍ତି ଇତ୍ୟାଦି ଦାବି ନେଇ ଆଜି ଲୋୟର ପି.ଏମ୍.ଜି.ଠାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶ ନିଖିଳ ଓଡ଼ିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘର ରାଜ୍ୟ ସଭାପତି ଦେବାଶିଷ ଘୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସମ୍ପାଦକ ଜୟନ୍ତ ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁର ଜେନା, ପାଚିକା ସହାୟିକା ସଂଘର କାର୍ଯ୍ୟକାରୀ ସଭାପତି କମଲ ଷଣ୍ଢ, ରାଜ୍ୟ ସମ୍ପାଦିକା ଅନୁପମା ବାଗ, କାଂଚନବାଳା ରାଉତ, ରଶ୍ମିତା ଦେହୁରୀ, ଭାବନୀ ମହାନ୍ତି, ପୂର୍ଣ୍ଣିମା ପାତ୍ର, ଉପସଭାପତି ସୁବାଷ ମହାପାତ୍ର, ରାଜକିଶୋର ସାମଲ, ଉତମ ମଲ୍ଲିକ ପ୍ରମୁଖ ଉଦବୋଧନ ଦେଇ ଏହି ସପ୍ତାହ ମଧ୍ୟରେ ଦାବି ପୂରଣ ନ ହେଲେ ଯେଉଁ ପରିସ୍ଥିତି ଉତ୍ପନ୍ନ ହେବ, ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟୀ ରହିବ ବୋଲି ଚେତାବନୀ ଦିଆଯାଇଛି । ଧାରଣା ସ୍ଥଳରୁ ରାଜ୍ୟ ସଭାପତି ଦେବାଶିଷ ଘୋଷଙ୍କ ନେତୃତ୍ୱରେ କାନବାଳା ରାଉତ, ରମ୍ଭାବତୀ ମନଚୁରିଆ, କୁନି ମହାପାତ୍ର, ଶାନ୍ତିପ୍ରିୟା ତାଣ୍ଡି ଏବଂ ଅବନ୍ତୀ ଦଣ୍ଡସେନା ପ୍ରମୁଖ ପ୍ରତିନିଧି ମଣ୍ଡଳୀ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ ଶାଶ୍ୱତୀ ଏସ୍.ଙ୍କୁ ସଚ୍ଚିବାଳୟରେ ସାକ୍ଷାତ କରି ଦାବିପତ୍ର ଉପସ୍ଥାପନ କରିଥିଲେ । ଦାବିପତ୍ର ଗ୍ରହଣ କରି ଦାବି ପୂରଣ ସମ୍ପର୍କରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published.