Wednesday , May 31 2023
Home / ବିଶେଷ / ବ୍ୟାଗ,ମୋବାଇଲ ଫେରାଇଲା ଆରପିଏଫ୍

ବ୍ୟାଗ,ମୋବାଇଲ ଫେରାଇଲା ଆରପିଏଫ୍

କଟକ, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଟ୍ରେନରେ ଛାଡିଯାଇଥିବା ମୂଲ୍ୟବ୍ୟବାନ ସାମଗ୍ରୀକୁ ପାଇ ଆରପିଏଫ(କଟକ ରେଳବାଇ ସୁରକ୍ଷାବଳ) ମଙ୍ଗଳବାର ମାଲିକକୁ ହସ୍ତାନ୍ତର କରିଛି। ଦୁଇଟି ଘଟଣାରେ ଜଣଙ୍କୁ ଟ୍ରଲିବ୍ୟାଗ ଓ ଅନ୍ୟ ଜଣଙ୍କୁ  ମୋବାଇଲ ଏବଂ ପର୍ସ ଫେରସ୍ତ କରିଥିଲେ। ଆରପିଏଫର ଏଏସଆଇ ଡି.ଏନ ନାୟକ ଷ୍ଟେସନରେ ଲାଗିଥିବା କରମଣ୍ଡଳ ଏକ୍ସପ୍ରେସରେ ପାଟ୍ରୋଲିଂ କରୁଥିଲେ। ସେ କୋଚ ନମ୍ବର ୮ରୁ ଏକ ଟ୍ରଲିବ୍ୟାଗ ପାଇଥିଲେ। କରମଣ୍ଡଳ ଏକ୍ସପ୍ରେସରେ ଆନ୍ଧ୍ରପ୍ରଦେଶର ଏସଡି ଅନିଲ କୁମାର ବିଜୟୱାଡାରୁ ଭୁବନେଶ୍ୱର ଯାତ୍ରା କରୁଥିଲେ। ଟ୍ରେନଟି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଓହ୍ଲାଇଲା ବେଳେ ଟ୍ରଲି ବ୍ୟାଗଟିକୁ ନେବାପାଇଁ ଭୁଲି ଯାଇଥିବା ଜଣାପଡିଥିଲା। ତାଙ୍କୁ  ଡକାଯାଇ ବ୍ୟାଗ୍ କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ଆରପିଏଫ କର୍ମଚାରୀ ପ୍ଲାଟଫର୍ମରୁ ଗୋଟିଏ ଦାମୀ ମୋବାଇଲ ଏବଂ ପର୍ସ ପାଇଥିଲେ। ପର୍ସରେ ୨୦୦୦ ଟଙ୍କା ଏବଂ କିଛି ଜରୁରୀ କାଗଜପତ୍ର ରହିଥିଲା। କିଛି ସମୟ ପରେ ଉକ୍ତ ମୋବାଇଲକୁ କଲ ଆସିଲା। ସେ ଆରପିଏଫ ପୋଷ୍ଟକୁ ଆସି ଉପଯୁକ୍ତ ନଥିପତ୍ର ଦେଖାଇ ନିଜର ହଜିଥିବା ସାମଗ୍ରୀ ଫେରିପାଇଛନ୍ତି।

Leave a Reply

Your email address will not be published.