Thursday , February 2 2023
Breaking News
Home / ତାଜା ଖବର / ପ୍ରେମିକାର ଭାଇ ଓ ବାପାଙ୍କୁ ପ୍ରେମିକ ର ଆକ୍ରଣ , ଭାଇ ମୃତ ବାପା ଗୁରୁତର ଆହତ

ପ୍ରେମିକାର ଭାଇ ଓ ବାପାଙ୍କୁ ପ୍ରେମିକ ର ଆକ୍ରଣ , ଭାଇ ମୃତ ବାପା ଗୁରୁତର ଆହତ

ଯାଜପୁର, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ଭାଇକୁ ହତ୍ୟା କଲା ପ୍ରେମିକ । ଯାଜପୁର ଜିଲ୍ଲା କାଳିଆପାଣି ଥାନା ତାରିଣୀ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ବାମ୍ବିଲୋ ଗାଁର ଜିତେନ୍ଦ୍ର ମହାପାତ୍ର । ଅଭିଯୋଗ ଅନୁସାରେ ରାସୋଁଳ ଗ୍ରାମର ଶାନ୍ତନୁ ସାମଲ ଜିତେନ୍ଦ୍ରଙ୍କ ଭଉଣୀକୁ ପ୍ରେମ କରୁଥିଲା । ମାତ୍ର ଶାନ୍ତନୁ ବିବାହିତ ହୋଇଥିବାରୁ ଯୁବତୀଙ୍କ ବାପା ଓ ଭାଇ ଏହାକୁ ବିରୋଧ କରୁଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଗତ ସନ୍ଧ୍ୟାରେ ଯୁବତୀଙ୍କ ବାପା ଓ ଭାଇ ନିଜ ଦୋକାନରେ କାମ କରୁଥିବାବେଳେ ଶାନ୍ତନୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଯୁବତୀଙ୍କ ଭାଇ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ବାପା ସନ୍ତୋଷ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ପୁଲିସ୍ ଅଭିଯୁକ୍ତ ଶାନ୍ତନୁକୁ ଅଟକ ରଖି ତଦନ୍ତ କରୁଛି ।

Leave a Reply

Your email address will not be published.