Saturday , June 10 2023
Breaking News
Home / ବିଶେଷ / ପୁଣି ଭ୍ରୁଣ ହତ୍ୟା ଖବର ସମସ୍ତଙ୍କୁ ଚମକାଇ ଦେଇଛି..

ପୁଣି ଭ୍ରୁଣ ହତ୍ୟା ଖବର ସମସ୍ତଙ୍କୁ ଚମକାଇ ଦେଇଛି..

ଟାଙ୍ଗୀ, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଟାଙ୍ଗୀ ଥାନା ହାଟ ବରଡି ଗ୍ରାମ ନିକଟରେ ଏକ ଧାନ ଵିଲରୁ ଏଖ ଶିଶୁ ପୁତ୍ର ର ଭ୍ରୁଣ ଠାବ ହୋଇଛି । ଭ୍ରୁଣଟି ଏକ ଶିଶୁ ପୁତ୍ର ର ହୋଇଥିବା ଜଣା ପଡିଛି । ଓଜନ ପ୍ରାୟ ୨୦୦ ଗ୍ରାମ ହେବ ବୋଲି ଜଣା ପଡିଛି । ଠାବ ହୋଇଥିବା ଶିଶୁ ପୁତ୍ର ର ଭ୍ରୁଣକୁ କେହି ଏକ ପେଟି ମଧ୍ୟରେ ଫୋପାଡି ଦେଇଥିବା ଦେଖିବାକୁ ମିଳିଛି । ଅବାଂଛିତ ମାତ୍ରୁତ୍ୱକୁ ଲୁଚାଇବା ପାଇଁ କେହି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି । ଭ୍ରୁଣ ମିଳିଥିବା ସ୍ଥାନରୁ କିଛି ଦୂରରେ ଏକ ଘରୋଇ ମେଡିକାଲ ଥିବାରୁ ସେହି ମେଡିକାଲରେ ଗର୍ଭପାତ କରିବା ପରେ କୌଣସି ମା ତାର ଦୋଷକୁ ଲୁଚାଇବା ପାଇଁ ଏପରି କରିଥିବା ଲୋକେ ସନ୍ଦେହ କରୁଛନ୍ତି । ତେବେ ଏହି ଘଟଣାର ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଏ ପର୍ୟ୍ୟନ୍ତ ଘଟଣା ସ୍ଥଳରେ କୌଣସି ଅଧିକାରୀ ପହଂଚି ନଥିବା ଜଣା ପଡିଛି ।

Leave a Reply

Your email address will not be published.