Wednesday , May 31 2023
Home / ବିଶେଷ / ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲାଜଜଙ୍କ ୧୦ବର୍ଷ ଜେଲଦଣ୍ଡାଦେଶ

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲାଜଜଙ୍କ ୧୦ବର୍ଷ ଜେଲଦଣ୍ଡାଦେଶ

କେନ୍ଦ୍ରାପଡ଼ା, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଏକ ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଆଡହକ ସ୍ୱତନ୍ତ୍ର ଜଜ ତ୍ରୀବିକ୍ରମକେଶରୀ ଚିନାରା ଅଭିଯୁକ୍ତଙ୍କୁ ୧୦ବର୍ଷ ଏକମାସ ଜେଲ ଦଣ୍ଡାଦେଶ ସହ ୨୫ହଜାର ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଜମ୍ବୁ ଗ୍ରାମର ଜନୈକ ବିବାହିତା ମହିଳାଙ୍କ ଘରେ ସ୍ୱାମୀନଥିବାର ସୁଯୋଗ ନେଇ ସେ ଶୋଇଥିବା ବେଳେ ଗତ୨୦୦୯ମସିହା ମାର୍ଚ୍ଚମାସ ୨ତାରିଖ ରାତି ପ୍ରାୟ ୧୨ଟା ବେଳେ ସେହି ଗ୍ରାମର ମଖମ ଦାସଙ୍କ ପୁତ୍ର ବାସୁ ଦାସ(୩୨) ତାଙ୍କ ଘର କବାଟ ବାଡେଇଥିଲେ । ସଂପୃକ୍ତ ମହିଳା ଜଣଙ୍କ ପଚାରିବାରେ ବାସୁ ନିଜର ପରିଚୟ ଦେଇ ଭାଉଜ ମୁଁ ବାଟରେ ଯିବାବେଳେ ମୋ ଗୋଡରେ କ’ଣ ଗୋଟେ କାମୁଡିଦେଲା । କବାଟ ଖୋଲି ଡିବିରୀଟା ଲଗାଅ ବୋଲି ବାସୁ କହିଥିଲେ । ଏକଥା ଶୁଣି ଘର ଭିତରେ ଥିବା ମହିଳା ଜଣଙ୍କ ଡିବିରୀ ଲଗାଇ ଶୀଘ୍ର କବାଟ ଖୋଲିବାରେ ହଠାତ ବାସୁ ତାଙ୍କ ନାଲି ଗାମୁଛାରେ ମହିଳାଙ୍କ ପାଟିକୁ ଚାପି ଧରିଲା ଓ ଏକ ଭୂଜାଲି ଦେଖାଇ ତାଙ୍କୁ ଧମକାଇ କହିଲା ଯେ ଯଦି ପାଟି କରିବୁ ତୋତେ ଭୂଜାଲିରେ ହାଣିଦେବି । ଏଥିସହିତ ଭୂଜାଲୀ ଦେଖାଇ ଭୟଭିତ କରି ସଂପୃକ୍ତ ମହିଳାଙ୍କ ପିନ୍ଧା ଶାଢୀ ଓ ଅନ୍ୟାନ୍ୟ ବସ୍ତ୍ର ସବୁ ଖୋଲି ଦେଇ ତାଙ୍କ ଅନିଛା ଓ ବାରଣ ସତ୍ୱେ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏସମ୍ପର୍କରେ ପିଡିତା ମହିଳା ଜଣଙ୍କ ମହାକାଳପଡା ଥାନାରେ ଅଭିଯୋଗ କରିବା ପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରେ ସେ କେନ୍ଦ୍ରାପଡା ଏସଡିଜେମଙ୍କ ଅଦାଲତରେ ଏକ ୧-ସି.ସି. ମାମଲା ଦାୟର କରିଥିଲେ । କୋର୍ଟଙ୍କ ନିର୍ଦେଶ କ୍ରମେ ମହାକାଳପଡା ଥାନା ପୋଲିସ ଏକ ମାମଲା ରୁଜୁ କରି କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଥିଲା । ଏସ.ଟି. କେଶ ନମ୍ବର ୯୪/୨୦୧୩ରେ କେନ୍ଦ୍ରାପଡା ଅତିରିକ୍ତ ଆଡହକ ସ୍ୱତନ୍ତ୍ର ଜଜ ଶ୍ରୀ ଚିନାରା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତିକରି ସେହି ମାମଲାର ବିଚାର ପୂର୍ବକ ଅଭିଯୁକ୍ତ ବାସୁ ଦାସକୁ ଭାରତୀୟ ଦଣ୍ଡବିଧି ଆଇନର ୩୭୬ଦଫାରେ ୭ବର୍ଷ ଜେଲଦଣ୍ଡ ଓ ୨୦ହଜାର ଟଙ୍କା ଜୋରିମାନା, ୫୦୬ଦଫାରେ ୩ବର୍ଷ ଜେଲଦଣ୍ଡ ଓ ୫ହଜାର ଟଙ୍କା ଜୋରିମାନା ଏବଂ ୩୪୧ଦଫାରେ ଏକମାସ ଜେଲଦଣ୍ଡ ଓ ୫ଶହ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏଥିସହିତ ଉଭୟ ଜୋରିମାନା ଅନାଦେୟ ଅଧିକ ୯ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ପିଡିତାଙ୍କୁ ୨୦ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରାଯିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକୁ୍ୟଟର ସଞ୍ଜୟ କୁମାର ଜେନା କୋର୍ଟରେ ମକ୍କଦ୍ଧମା ପରିଚାଳନା କରୁଥିଲେ ।

Leave a Reply

Your email address will not be published.