ଜୁନାଗଡ଼, ୩୦/୧୧/୨୦୨୨(ଓଡ଼ିଶା ସମାଚାର)- ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ର ୩୮ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହେଇଯାଇଛି । ଏହି ଉତ୍ସବ କୁ କଲେଜ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ମେହେର ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପ୍ରାଧ୍ୟାପକ ଶ୍ରୀ ସରୋଜ କୁମାର ଠାକୁର, ପ୍ରାଧ୍ୟାପକ ଶ୍ରୀ ଦେବେନ୍ଦ୍ର କୁମାର ବେହେରା , ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ, ପ୍ରାଧ୍ୟାପକ ଶ୍ରୀ ଆଦିତ୍ୟ କୁମାର ଖମାରି, ପ୍ରାଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ମେହେର, ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ, ଅଧ୍ୟାପକ ଶ୍ରୀ ନେତ୍ରା ନନ୍ଦ ପ୍ରଧାନ , ଅଧ୍ୟାପକ ଶ୍ରୀ ଇମରାନ ଖାନ୍ ,ଅଧ୍ୟାପକ ଶ୍ରୀ ହେମନ୍ତ କୁମାର ରଣା, ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣମାସି ମାଝୀ, ଅଧ୍ୟାପିକା ମିସ୍ ଯସମିନ ବନିତା ସାହୁ ,ଅଧ୍ୟାପିକା ମିସ୍ ନତାଶା ମହାପାତ୍ର ।
ମଞ୍ଚାସୀନ ହୋଇଥିଲେ ଶ୍ରୀ କୁଞ୍ଜ ବିହାରୀ ସାହୁ, ଶ୍ରୀ ସଦାନନ୍ଦ ମରାଇ ଅଧ୍ୟାପକ, ଶ୍ରୀ ଶୁଭାଶିଶ ପାଣିଗ୍ରାହୀ ଅଧ୍ୟାପକ, ଶ୍ରୀ ଅଭିଳାଷ ତ୍ରିପାଠୀ ଅଧ୍ୟାପକ ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ ସହଯୋଗ କରିଥିଲେ ତଥା ଖେଳ ପରିଚାଲନା କରିଥିଲେ ଶ୍ରୀ ସମୀର କୁମାର ସାହୁ, ଶ୍ରୀ ଦୂର୍ଗା ପ୍ରସାଦ ସିଂ, ଜୟ କିଷାନ ବେହେରା, ଶ୍ରୀମତୀ ସ୍ମୃତିରେଖା ସାହୁ, ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ବିଶ୍ଵ ରଞ୍ଜନ ବେହେରା ଅଧ୍ୟାପକ ଓଡ଼ିଆ ବିଭାଗ
ଏହି ବାର୍ଷିକ କ୍ରୀଡା ରେ ୧୦୦,୨୦୦,୪୦୦,୮୦୦ ମିଟର ଦୌଡ, ଉଚ୍ଚ ଦିଆ, ଲମ୍ବ ଦିଆ, ଗୁଳା ଫିଙ୍ଗା, ଡିସ୍କସ୍ ଫିଙ୍ଗା, ବର୍ଚ୍ଛା ଫିଙ୍ଗା (Jevelin throw) ପ୍ରତିଯୋଗୀତା ମାନ ହୋଇଥିଲା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବେଦବ୍ୟାସ ଭୋଇ ତହସିଲଦାର, ଜୁନାଗଡ, ଶ୍ରୀ ବେଦ ପ୍ରକାଶ ଗୋୟେଲ ସମ୍ମାନିତ ଅତିଥି ପୂର୍ବତନ ସମ୍ପାଦକ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ, ଜୁନାଗଡ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।