କଟକ ସଦର, ୩୦/୧୧/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା)- କଟକ ସଦର ଅନ୍ତର୍ଗତ ଫକିରପଡା ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଗ୍ରୀନ୍ ଭ୍ୟାଲି ମଡେଲ ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ କ୍ରୀଡା ଉତ୍ସଵ ଆଜି ବୁଧବାର ଦିନ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ଫକିରପଡା ଖେଳ ପଡ଼ିଆରେ ଚାଲିଥିବା ୨୦୨୨ ବାର୍ଷିକ କ୍ରୀଡାରେ ୩୦ ଟି ବିଭାଗର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଜୟନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ କ୍ରୀଡା ରେ ଭୁବନେଶ୍ୱର ସେଣ୍ଟ ଯୋହନ ଆମ୍ବୁଲାନ୍ସ ଫାଷ୍ଟଏଡ୍ ଅଧ୍ୟାପକ ରଂଜନ କୁମାର ଲେଙ୍କା, କ୍ରୀଡା ଵିତ୍ ଚୈତନ୍ୟ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ।ଖେଳ ପରିଚାଳନାରେ ଭାଇସ୍ ପ୍ରିନିସପାଲ ସଂଘମିତ୍ରା ବିଶ୍ୱାଳଙ୍କ ସମେତ ସମସ୍ତ ଅନ୍ତେବାସୀ ସହାୟତା କରିଥିଲେ। ଆସନ୍ତା ବାର୍ଷିକ ଉତ୍ସଵରେ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିଵ ବୋଲି ଅଧ୍ୟକ୍ଷଙ୍କ ଠାରୁ ଜଣାପଡିଛି ।