ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ
କେନ୍ଦ୍ରାପଡ଼ା, ୩୦/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ଛାତ୍ରାଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଅଧ୍ୟାପକ ଅଚୁ୍ୟତାନନ୍ଦ ଭୂୟାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବା ଅଧ୍ୟୟନରେ କିଛି ତୃଟି ରହୁଛି କି ନାହଁ, କି କି ସମସ୍ୟା ରହୁଛି ଏବଂ ଅଧିକ ଆଉ କ’ଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ବିଭାଗୀୟ ଶିକ୍ଷା ବ୍ୟତିତ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ନିମନ୍ତେ ଆବଶ୍ୟକ ଜ୍ଞାନ ପ୍ରଦାନ ପାଇଁ ଉପସ୍ଥିତ ଛାତ୍ରାଭିଭାବକମାନେ ବିଭାଗୀୟ ଅଧ୍ୟାପକମାନଙ୍କୁ ପରାମର୍ଶ ଦେବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର, ଛାତ୍ରଭିଭାବକ ଜ୍ୟୋତିପ୍ରକାଶ ନାୟକ, ଚିତରଞ୍ଜନ ଦାସ, ଛାତ୍ରୀ ସ୍ୱର୍ଣ୍ଣଲତା ପାତ୍ର, ଶୁଭଶ୍ରୀ ଦାସ, ସୁଶ୍ରୀ ସମିତା ସ୍ୱାଇଁ, ସ୍ୱେଦେଶ କୁମାର ସାହୁ, ରାଜେନ୍ଦ୍ର କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।