Sunday , January 29 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜରେ ଅନର୍ସ ଓ ପିଜି ସିଟ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ଟିମର ପରିଦର୍ଶନ

କେନ୍ଦ୍ରାପଡା କଲେଜରେ ଅନର୍ସ ଓ ପିଜି ସିଟ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ଟିମର ପରିଦର୍ଶନ

କେନ୍ଦ୍ରାପଡ଼ା, ୩୦/୧୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ସମ୍ମାନ ଶ୍ରେଣୀ ଓ ସ୍ନାତକୋତର ସମ୍ମାନ ଶ୍ରେଣୀର ସିଟ ବୃଦ୍ଧି ନିମନ୍ତେ ଉକôଳ ବିଶ୍ୱ ବିଦ୍ୟାଳୟର ଏକ ଟିମ ମହାବିଦ୍ୟାଳକୁ ପରିଦର୍ଶନ କରି ଫେରିଯାଇଛନ୍ତି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବଙ୍କ ନିର୍ଦେଶ ଅନୁଯାୟୀ ଉତ୍କଳ ବିଶ୍ୱ ବିଦ୍ୟାଳୟର ମହାବିଦ୍ୟାଳୟ ବିକାଶ କାଉନସିଲର ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଏହି ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ସିଟ ବୃଦ୍ଧି ନିମନ୍ତେ ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ସ୍ନାତକୋତର ସମ୍ମାନ ବିଭାଗର ପ୍ରଫେସର ପି.କେ. ହୋତା, ପରସୋନାଲ ମ୍ୟାନେଜମେଂଟ ଏବଂ ଇଣ୍ଡଷ୍ଟ୍ରିଆଲ ରିକ୍ରେସନ ସ୍ନାତକୋତର ସମ୍ମାନ ବିଭାଗର ଡଃ. ବି.କେ. ସୁନ୍ଦରରାୟ, ଅର୍ଥନୀତି ସ୍ନାତକୋତର ସମ୍ମାନ ବିଭାଗର ଡଃ. ଏ.ବି. ଦାସ, ଭୁଗୋଳ ସ୍ନାତକୋତର ସମ୍ମାନ ବିଭାଗର ପ୍ରଫେସର କେ.ସି. ରଥ ଏବଂ କମ୍ପୁ୍ୟଟର ବିଜ୍ଞାନ ସ୍ନାତକୋତର ସମ୍ମାନ ବିଭାଗର ପ୍ରଫେସର ପି.କେ. ବେହେରା ପ୍ରମୁଖ ଦୁଇଦିନ ଧରି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଦର୍ଶନରେ ଆସି ମହାବିଦ୍ୟାଳୟର ବାଣିଜ୍ୟ, ସମାଜ ଶିଳ୍ପ, କମ୍ପୁ୍ୟଟର ବିଜ୍ଞାନ ପ୍ରଭୃତି ବିଭାଗ ଗୁଡିକର କାର୍ଯ୍ୟକ୍ରମ, ରେକର୍ଡପତ୍ର, ଭୀତିଭୂମୀ ପ୍ରମୁଖ ତନଖି କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା, ଅର୍ଥନୀତି ବିଭାଗ ଅଧ୍ୟାପକ ଡଃ. ଜ୍ଞାନୀନ୍ଦ୍ର ଦାଶ, ଶିକ୍ଷା ବିଭାଗର ଡଃ. ପ୍ରଭାକର ମଲ୍ଲିକ, କଲେଜ ଆଡମିନିଷ୍ଟ୍ରେଟିଭ ବର୍ସାର କ୍ୟାପଟେନ ମନୋରଞ୍ଜନ ମହାନ୍ତି, ପ୍ରାଣୀ ବିଜ୍ଞାନ ବିଭାଗର ବାସନ୍ତୀ ଶୁକ୍ଳା ଓ ଡଃ. ଗୌରପ୍ରସାଦ ଷଡଙ୍ଗୀ, ଉଭିଦ୍ଧ ବିଜ୍ଞାନ ବିଭାଗର ଡଃ. ଗୌତମ ଦାସ ଓ ପଦାର୍ଥ ବିଜ୍ଞାନର ଡଃ. ସଞ୍ଜୀବ ମହାନ୍ତି ପ୍ରମୁଖ ସଂପୃକ୍ତ ଟିମର କଲେଜ ପରିଦର୍ଶନରେ ସହଯୋଗ କରିଥିଲେ । ସେହି ଟିମ କେନ୍ଦ୍ରାପଡା କଲେଜ ବାଣିଜ୍ୟ ବିଭାଗର +୩ ସମ୍ମାନ ଶ୍ରେଣୀ, +୩ ସ୍ନାତକୋତର ସମ୍ମାନ ଶ୍ରେଣୀ, ବି.ବି.ଏ., ଏମ.ଏଫ.ସି. କମ୍ପୁ୍ୟଟର ବିଜ୍ଞାନ ଓ ଶିଳ୍ପ ସମାଜ ବିଭାଗରେ ସିଟ ବୃଦ୍ଧି ନିମନ୍ତେ ସେମାନଙ୍କର ତଦନ୍ତ ରିପୋର୍ଟ ବିଶ୍ୱ ବିଦ୍ୟାଳୟକୁ ପ୍ରଦାନ କରିବେ ।

Leave a Reply

Your email address will not be published.