Monday , June 5 2023
Breaking News
Home / ବିଶେଷ / କନ୍ୟାଶ୍ରମରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

କନ୍ୟାଶ୍ରମରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

କଟକ,୩୦/୧୧/୨୦୨୨(ଓଡ଼ିଶା ସମାଚାର)-ସ୍ଥାନୀୟ ଶେଖ୍ ବଜାରସ୍ଥିତ କନ୍ୟାଶ୍ରମରେ ‘ଚାପ୍ ’ ସାମାଜିକ ଅନୁଷ୍ଠାନ ତରଫରୁ ଡାକ୍ତର ଶୁଭେନ୍ଦୁଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିସ୍କାର ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟରକ୍ଷାର ବିଭିନ୍ନ ନିୟମାବଳୀ ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାକ୍ତର ରେଣୁକା ଜେନା, ଶାନ୍ତନୁ କୁମାର ବରାଳ, ସାବିତ୍ରୀ ନାୟକ, ମଞ୍ଜୁ ଲତା ଜେନା ପ୍ରମୁଖଙ୍କ ସହ ଆଶ୍ରମର ସମସ୍ତ ଅନ୍ତବାସିନୀ ଓ କର୍ମକର୍ତ୍ତାବୃନ୍ଦ ଉପସ୍ଥିତ ଥିଲେ। ସୁଧାକର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.