Sunday , January 29 2023
Breaking News
Home / ବିଶେଷ / ରୋଗୀସେବା ପାଇଁ ଉତ୍ସର୍ଗ ଥିଲା ଡାକ୍ତର ରାଜକିଶୋର ସାହୁଙ୍କ ପ୍ରାଣ

ରୋଗୀସେବା ପାଇଁ ଉତ୍ସର୍ଗ ଥିଲା ଡାକ୍ତର ରାଜକିଶୋର ସାହୁଙ୍କ ପ୍ରାଣ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ଭୂତପୂର୍ବ ଚିକିତ୍ସା ଅଧିକାରୀ ଡାକ୍ତର ରାଜକିଶୋର ସାହୁଙ୍କର ପ୍ରାଣ ରୋଗୀସେବା ପାଇଁ ସମର୍ପିତ ଥିଲା ଏବଂ ଜୀବନରେ ବହୁ ଅର୍ଥ ଉପାର୍ଜନ କରିଥିଲେ ମଧ୍ୟ ତାଙ୍କର ଆୟର ବହୁଳ ଭାଗ ଲୋକଙ୍କ ଅଗୋଚରରେ ଜନସେବାରେ ବ୍ୟୟ କରିଥିଲେ ବୋଲି ରାଜକିଶୋର ସାହୁ ସ୍ମୃତି ସଭାରେ ବକ୍ତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନାର ଡାକ୍ତର ଓ ଯୁଦ୍ଧ ଶେଷ ବେଳକୁ ରେଡକ୍ରସ୍ ଡାକ୍ତର ଭାବେ ଆହତ ଯବାନମାନଙ୍କ ସେବାରେ ନିୟୋଜିତ ଥିଲେ । ପାକିସ୍ତାନ ସେନାର ଆତ୍ମସମର୍ପଣ ଓ ବାଂଲାଦେଶ ଜନ୍ମ ବେଳେ ସୁଦୂର ସୀମାନ୍ତ ମଣିପୁର, ନାଗାଲାଣ୍ଡରେ କର୍ମରତ ଥିଲେ । ପେଷାଗତ ଭାବେ ଡାକ୍ତର ଥିଲେ ମଧ୍ୟ ନିଶାରେ ଚାଷୀ ପାଲଟି ଯାଇଥିଲେ ଓ ଚଣ୍ଡୀଖୋଲାସ୍ଥ ଛତିଆ ପାଖରେ ନିଜର ଫାର୍ମ ପ୍ରତିଷ୍ଠା କରିଛନ୍ତି । ଯୁଦ୍ଧର ଦଶବର୍ଷ ପରେ କଳାହାଣ୍ଡିର କେସିଙ୍ଗା, ନୟାଗଡ଼ ଓ ବାଙ୍କୀ ଉପଖଣ୍ଡ ଡାକ୍ତରଖାନା, କ୍ୟାପିଟାଲ୍ ହସ୍ପିଟାଲ୍ ଓ ବିଧାନସଭାର ମେଡିକାଲ୍ ଅଫିସର ଭାବେ ଦାୟୀତ୍ୱ ନିଭାଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ମାର୍କେଟ୍ ବିଲଡିଙ୍ଗ୍, ପୁରୁଣା ବସ୍ଷ୍ଟାଣ୍ଡ, ଦୁଇ ନମ୍ବର ଉଠା ବ୍ୟବସାୟୀଙ୍କ ସମେତ ଗରିବ ଗ୍ରାମାଂଚଳର ଲୋକଙ୍କ ପାଇଁ ସେବା ପ୍ରଦାନ କରୁଥିଲେ । ବାଲ୍ୟବନ୍ଧୁ ଡକ୍ଟର ପୂର୍ଣ୍ଣଚନ୍ଦ୍ର ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଚିର ଅବିବାହିତ ଡକ୍ଟର ସାହୁଙ୍କର ମାନସ ପୁତ୍ର ଜୀବନ ରଂଜନ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତି୍ରପାଠୀ, ସାମ୍ବାଦିକ ସଂଘ ସଭାପତି ପ୍ରସନ୍ନ ମହାନ୍ତି, ବନ୍ଧୁ ତଥା ଚିନ୍ତା ଓ ଚେତନାର ସମ୍ପାଦକ ସୁରେନ୍ଦ୍ର ଦାସ, ଆଇନଜୀବୀ ବନବିହାରୀ ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ ଚିତରଂଜନ ପତି, ମହେଶ୍ୱର ମିଶ୍ର, ପ୍ରିୟବ୍ରତ କର, ଅଶୋକ ସାହୁ, ଶିଶିର ମହାପାତ୍ର, ପ୍ରମୋଦ ସାମନ୍ତରାୟ, ଦୀପକ ମୋଦି, ପରମେଶ୍ୱର ପଟ୍ଟନାୟକ, ଓମ୍ ପ୍ରକାଶ ଶାହା, ନିରଞ୍ଜନ ସାହୁ, ଦିବ୍ୟଲୋକ ପଟ୍ଟନାୟକ, ମଧୁମିତା ନାଥ, ଯଶୋବନ୍ତ ପଟ୍ଟନାୟକ, ନାରାୟଣ ସାହୁ, ଶିଳାଭଦ୍ର ଶାସ୍ତ୍ରୀ, ପାର୍ଥ ପଟ୍ଟନାୟକ, ମନୋରଂଜନ ସ୍ୱାଇଁ, ରବି ବାରିକ, ସୁରେଶ ମହାରଣା, ପୁତୁରା ଶେଖର, ସାଗର, ଦେବାଶିଷ, ଭଣଜା ଦେବୀପ୍ରସାଦ ପୃଷ୍ଟି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଜୀବନ ରଂଜନ ସ୍ୱାଇଁ ପରିଚାଳନା କରିଥିଲେ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀ, ପୂର୍ବତନ ଏମ୍.ପି. ବାଳଗୋପାଳ ମିଶ୍ର ପ୍ରମୁଖ ଶୋକବାର୍ତା ପଠାଇଥିଲେ ।

Leave a Reply

Your email address will not be published.