Sunday , January 29 2023
Breaking News
Home / ବିଶେଷ / ମୃଦୁ ଗୁଞ୍ଜନର ସପ୍ତରଙ୍ଗ ଉଦଯାପିତ

ମୃଦୁ ଗୁଞ୍ଜନର ସପ୍ତରଙ୍ଗ ଉଦଯାପିତ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ମୃଦୁ ଗୁଞ୍ଜନ ଓଡ଼ିଶୀ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ସପ୍ତରଙ୍ଗ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ୪ ଘଟିକାରୁ ମୃଦୁ ଗୁଞ୍ଜନର ଛୋଟ ଛୋଟ ପିଲାଙ୍କୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅତିଥି ଭାବେ ଗୁରୁ ବିଜୟ କୁମାର ଦାସ, ଗୁରୁ ବିଜୟ କୁମାର ସାହୁ, ଗୁରୁ ଶ୍ରୀମତୀ ମମତା ଶତପଥୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।
ପରେ ପରେ ୬.୩୦ ମିନିନଟ ସମୟରେ ସନ୍ଧ୍ୟା ଅଧିବେଶନ ଆରମ୍ଭ ହୋଇଥିଲା । ଏହି ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅଶୋକ ତ୍ରିପାଠୀ, ଅବସରପ୍ରାପ୍ତ ଅଧିକାରୀ, ଡଃ ବିଜୟ କୁମାର ଜେନା, ଅଧ୍ୟକ୍ଷ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଡଃ ସ୍ନେହପ୍ରଭା ସାମନ୍ତରାୟ, ଅବସରପ୍ରାପ୍ତ ମୁଖ୍ୟ, ସଙ୍ଗୀତ ମହାବିଦ୍ୟାଳୟ, ଗୁରୁ ଧନେଶ୍ୱର ସ୍ୱାଇଁ (ଓଡ଼ିଶୀ ମର୍ଦ୍ଧଳଗୁରୁ), ଗୁରୁ ନିରଞ୍ଜନ ପ୍ରଧାନ (ଓଡ଼ିଶୀ ନୃତ୍ୟଗୁରୁ), ଏଲ୍.ଏନ୍ ଅଗ୍ରୱାଲ ନିର୍ଦ୍ଧେଶକ, ହେମରାଜ, ଗୌରବ ରଲ୍ଲାନ, ନିର୍ଦ୍ଧେଶକ ହେଲ୍ଥ ଅନ ଟପ୍, ପ୍ରସନ୍ନ କୁମାର ବେଉରିଆ ଇଫକୋର ଲୋକସମ୍ପର୍କ ଅଧିକାରୀ, ଶ୍ରୀମତୀ ନମିତା କୁମାରୀ ଷଡ଼ଙ୍ଗୀ ସଭାପତି, ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସିପ୍ରା ସ୍ୱାଇଁ, ଐଶ୍ୱର୍ଯ୍ୟା ସିଂହଦେଓ, ସୃଜନର କଳାକାର ପରେ ଗୁରୁ ଲିଙ୍ଗରାଜ ପ୍ରଧାନ, ସାଥୀ ଗୁରୁ ଶ୍ରୀମତୀ ରୋଜାଲିନ ମହାପାତ୍ର (ଦେବଦାସୀ) ଏବଂ ଗୁରୁ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ, ସୁର ମନ୍ଦିର କଟକର କଳାକାରମାନେ ନୃତ୍ୟନାଟିକା ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମକୁ ଡଃ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ । ଆଲୋକ ସମ୍ପାଦନାରେ ବିକାଶ କୁମାର ପ୍ରାଧନ । ଦୁଇଦିନ ଧରି ଉତ୍ସବଟିକୁ ସୋମି ମିଶ୍ର, ସ୍ମାରକ ପଟ୍ଟନାୟକ, ଚିତ୍ରସେନ ସ୍ୱାଇଁ, ଅଭିଶେକ, ଅନୁରାଗ, ନିଲମ୍, ସ୍ୱୀକୃତି, ଅଶୋକ କୁମାର ମିଶ୍ର ଉତ୍ସବଟିକୁ ସରସ ସୁନ୍ଦର କରିବାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.