Sunday , January 29 2023
Breaking News
Home / ବିଶେଷ / ମିଶନ୍ ଶକ୍ତିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ

ମିଶନ୍ ଶକ୍ତିକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟରେ କାର୍ୟ୍ୟ କରୁଥିବା ମିଶନ୍ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିନା ସୁଧରେ ଋଣ ପରିମାଣକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ । ପୂର୍ବରୁ ବିନା ସୁଧରେ ମିଶନ୍ ଶକ୍ତି ଋଣ ୩ ଲକ୍ଷ ପର୍ଯ୍ୟନ୍ତ ଦିଆଯାଉଥିଲା । ଏହାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ନେଇପାରିବେ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମିଶନ ଶକ୍ତି ମନ୍ତ୍ରୀ । ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିଲା ୩ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ । ଏବେ ବିନା ସୁଧରେ ୫ ଲକ୍ଷ ଟଙ୍କା ଯାଏ ଋଣ ମିଳିପାରିବ । ତେବେ ଋଣ ପରିମାଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଗତ ୫ ବର୍ଷରେ ମିଶନ୍ ଶକ୍ତି ଜରିଆରେ ମହିଳାଙ୍କୁ ୧୭ ହଜାର କୋଟିର ଋଣ ଦିଆଯାଇଛି । ଆଗାମୀ ୫ ବର୍ଷରେ ମିଶନ୍ ଶକ୍ତି ଗ୍ରୁପ୍  ଙ୍କୁ ୫୦ ହଜାର କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published.