Thursday , February 2 2023
Breaking News
Home / ଶିକ୍ଷା / ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ତୃତୀୟ ଦିନରେ

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରାଥମିକ ଶିକ୍ଷକମାନଙ୍କର ଧାରଣା ଭୁବନେଶ୍ୱରର ଲୋୟର ପି.ଏମ୍.ଜିରେ ତୃତୀୟ ଦିବସରେ ପହଂଚିଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଗତ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । କିନ୍ତୁ ସରକାରଙ୍କ ସହିତ ଆଲୋଚନା ହୋଇ ନପାରିବାରୁ ଲକ୍ଷାଧିକ ଶିକ୍ଷକମାନେ ୨୭ ତାରିଖରୁ ଖରା କାକରରେ ଭୁବନେଶ୍ୱର ଲୋୟର ପି.ଏମ୍.ଜି.ରେ ଧାରଣା ଜାରି ରଖିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର କୁନି କୁନି ପିଲାମାନଙ୍କୁ ସାଙ୍ଗରେ ଧରି ଧାରଣା ସ୍ଥଳରେ ବସି ରହିଛନ୍ତି । କିଛି ଶିକ୍ଷୟିତ୍ରୀଙ୍କର ଛୋଟପିଲାମାନଙ୍କର ଖରା କାକରରେ ରହିବା ଯୋଗୁଁ ସେମାନଙ୍କର ଶରୀର ଅସୁସ୍ଥ ହୋଇଗଲାଣି, ତଥାପି ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିଁ । ୨୮ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସହିତ ଶିକ୍ଷକ ମହାସଂଘର ଏକ ପ୍ରତିନିଧି ଦଳ ପ୍ରାୟ ୨ ଘଂଟା ଧରି ଆଲୋଚନା କରିଥିଲେ । କିନ୍ତୁ କିଛି ନିର୍ଯ୍ୟାସ ନ ବାହାରିବାରୁ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପେନସନ୍ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତିକ ନିଯୁକ୍ତି ଉଚ୍ଛେଦ ସହିତ ୨୦୦୧ ମସିହାରୁ ନିଯୁକ୍ତ ହୋଇଥିବା ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ନିଯୁକ୍ତିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ଇନିକ୍ରିମେଂଟ ପ୍ରଦାନ, ସମସ୍ତ ପ୍ରାଥମିକ ଶିକ୍ଷକକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ୨୦୦୫ ମସିହାରୁ ନିଯୁକ୍ତ ସମସ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ୩ ଦଫା ଦାବୀ ହାସଲ ପାଇଁ ଏହି ଆନ୍ଦୋଳନ ଜାରି ରହିଛି । ସୂଚନା ଯୋଗ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ୨୦୧୩ ମସିହାର ଚୁକ୍ତି ଭିତିକ ନିଯୁକ୍ତି ଆଇନ୍ କୁ ରଦ୍ଧ କରାଯାଇଛି ଓ ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞାପ୍ତି ସଂଖ୍ୟା-୨୯୦୭୬/ ତା ୧୬.୧୦.୨୦୨୨ରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ମସିହାର ନୀୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତି ଭିତିିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ନିୟମିତ କରାଯାଇଛି । କିନ୍ତୁ ୨୦୧୩ ମସିହା ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉକ୍ତ ବିଜ୍ଞପ୍ତିରେ କୈାଣସି ବ୍ୟବସ୍ଥା କରାଯାଇ ନାହିଁ । ୨୦୦୧ ମସିହାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି ଏବଂ ସେମାନେ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ନିୟମିତ ଶିକ୍ଷକରେ ପରିଣତ ହୋଇଆସୁଛନ୍ତି । ଯେଉଁମାନେ ମାତ୍ର ୧୫୦୦ଟଙ୍କା ଦରମାରେ କାର୍ଯ୍ୟ କରି ସରକାରଙ୍କର ରାଜକୋଷକୁ ସୁରକ୍ଷା ଦେଲେ ଓ ସରକାରଙ୍କୁ ପ୍ରତ୍ୟକ୍ଷ ଆର୍ଥôକ ଉନ୍ନତି ଆଣିବାରେ ସହାୟକ ହେଲେ ସେମାନଙ୍କୁ ସରକାର ‘ସାବତ ପୁଅ’ ପରି ଭୁଲିଗଲେ । ସରକାରଙ୍କର ଏତାଦୃଶ ବୈମାତୃକ ମନୋଭାବର ଉଚିତ୍ ଜବାବ ଦେବା ପାଇଁ ନୂତନ ପେନସନ୍ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏହି ଡାକରା ଦିଆଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏହି ତିନୋଟି ଦାବିର ସମାଧାନ କରିବା ପାଇଁ ମହାସଂଘ ତରଫରୁ ନିବେଦନ କରାଯାଇଅଛି । ଯଦି ସରକାର ତୁରନ୍ତ ଏହାର ସମାଧାନ ନ କରନ୍ତି ତା’ହେଲେ ଧାରଣାରତ ଶିକ୍ଷକ ଓ ଶିୟିତ୍ରୀମାନେ ରାଜରାସ୍ତାରୁ ଉଠିବେ ନାହିଁ ଓ ଆନ୍ଦୋଳନକୁ ଆହୁରି ଜୋର୍ଦାର କରିବେ ଓ ସୃଷ୍ଟ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମହାସଂଘ ତରଫରୁ ସଭାପତି ମଣ୍ଡଳୀ ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ସୁଶାନ୍ତ କୁମାର ବେହେରା ଓ ସାଧାରଣ ସଂପାଦକ ମଣ୍ଡଳୀ ଖଗେନ୍ଦ୍ରନାଥ ପାଳ, ବିଭୁ ପ୍ରସାଦ ସାହୁ ଓ ବଙ୍କିମ ଚନ୍ଦ୍ର ସାଗର ପ୍ରମୁଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.