ଭୁବନେଶ୍ୱର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ଭୁବନେଶ୍ୱର ତରଫରୁ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ୱରଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରହ୍ମାକୁମାରୀଜ୍ ଦ୍ୱାରା ଆୟୋଜିତ “ଦିବ୍ୟ ମହାକୁମ୍ଭ” (ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ମହାସଂଗମ…) ମେଳାର ତୃତୀୟ ଦିବସରେ ବ୍ୟବସାୟ ଓ ଶାସକ ବର୍ଗଙ୍କ ସମ୍ମିଳନୀ, ବିଷୟ – “ସୁସ୍ଥ ଚିନ୍ତାଦ୍ୱାରା ସୁସ୍ଥ ଫଳର ପ୍ରାପ୍ତି” ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଦୀପ ପ୍ରଜ୍ଜ୍ୱଳ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ସେବା କେନ୍ଦ୍ର ଓମ୍ ନିବାସର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ । ଏହି ଉତ୍ସବକୁ ବ୍ରହ୍ମପୁର ସବ୍ ଜୋନ୍ ରୁ ଆସିଥିବା ବରିଷ୍ଠ ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଦିଦି, କି ନୋଟ୍୍ ସ୍ପିଚ୍ ଭାବେ, ମାନବ୍ୟର ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ, ରୋଟାରି ଗଭର୍ଣ୍ଣର ପ୍ରଭୁଦତ ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ, ଓୟୁଏଟି ର ଡିନ୍ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ବାବୁ ସମ୍ମାନିତ ଅତିଥି ଭାବେ, ରାଉରକେଲା ସବଜୋନ୍ ର ଡାଇରେକ୍ଟର ବିମଳା ଦିଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରହ୍ମପୁର ପ୍ରଭୁ ଉପବନ ରିଟି୍ରଟ୍ ସେଂଟରର ନିର୍ଦ୍ଧେଶିକା ବ୍ରହ୍ମାକୁମାରୀ ମାଳା ଦିଦି, ଗାଇଡେଡ୍ ମେଡିଟେସନ୍ କରାଇଥିଲେ । ସଭା ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ଅସ୍ମିତା ଦିଦି । ପରିଶେଷରେ ଧନ୍ୟବାଦ ଦେଇଥିଲେ ବ୍ରହ୍ମାକୁମାରୀ ଡଃ ପ୍ରତିଭା ମହାରଥୀ । ଏଥିରେ ବହୁସଂଖ୍ୟକ ବ୍ୟବସାୟୀ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।