Thursday , June 8 2023
Breaking News
Home / ବିଶେଷ / ପାଗଳ ମାଙ୍କଡ କାମୁଡାରେ ବନ କର୍ମଚାରୀ ଗୁରୁତର ଆହତ

ପାଗଳ ମାଙ୍କଡ କାମୁଡାରେ ବନ କର୍ମଚାରୀ ଗୁରୁତର ଆହତ

ଟାଙ୍ଗୀ, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ପାଗଳ ମାଙ୍କଡକୁ କାବୁ କରିବା ପଡିଲା ମହଙ୍ଗା । ମାଙ୍କଡ ଆକ୍ରମଣରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବନ କର୍ମଚାରୀ ଜଣକ ହେଉଛନ୍ତି ଦେବେନ୍ଦ୍ର କୁମାର ବେହେରା (୪୫ ବର୍ଷ) । ଗତ କିଛି ଦିନ ହେଲା ଟାଙ୍ଗୀ ବିଦ୍ୟୁତ ଷ୍ଟ୍ରକଚର ରେ ଗୋଟିଏ ପାଗଳ ମାଙ୍କଡ ଆତଙ୍କ ସ୍ରୁଷ୍ଟି କରିଥିଲା । ଏ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଟାଙ୍ଗୀ ରେଂଜ୍ ଅଧୀକାରୀଙ୍କୁ ଜଣାଇଥିଲେ । ଖବର ପାଇ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ମାଙ୍କଡକୁ ଧରିଥିଲେ । ମାଙ୍କଡକୁ ବନ କର୍ମଚାରୀ ଦେବେନ୍ଦ୍ର ବେହେରା ଜାଲରେ ଧରିଥିବା ବେଳେ ଜାଲରୁ ବାହାରି ଆସି ପାଗଳ ମାଙ୍କଡ ବନ କର୍ମଚାରୀ ଦେଵେନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିଲା । ଫଳରେ ଦେବେନ୍ଦ୍ରଙ୍କ ଗୋଡରେ ଗଭୀର କ୍ଷତ ସ୍ରୁଷ୍ଟି ହୋଇଛି । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେବେନ୍ଦ୍ରଙ୍କୁ ଭର୍ତି କରା ଯାଇଛି । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବେନ୍ଦ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି ।

Leave a Reply

Your email address will not be published.