ନିରାକାରପୁର, ୨୯/୧୧/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମର ଧର୍ମପରାୟଣା ମହିଳା ଉଲ୍ଲାସିନୀ ବଳବନ୍ତରାୟ ଙ୍କ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ , ମେଳାପୀ, ଧର୍ମପରାୟଣା ମହିଳା ଥିଲେ। ସେ କିଛି ଦିନ ହେବା ଶାରିରୀକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲ।। ସେ ନିରାକାରପୁର ରାମଦୟ। ପରିଷଦ ଉପସଭାପତି ସତ୍ୟବାଦୀ ବଳବନ୍ତରାୟ ଙ୍କ ଧର୍ମ ପତ୍ନୀ ଅଟନ୍ତି। ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗ ଦ୍ଵାରରେ ଅନ୍ତିମ ସତ୍କାର କରାଯାଇଛି। ତାଙ୍କ ମୃତ୍ୟୁରେ ନିରାକାରପୁର ଓ ପାଖାପାଖି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।